32.1 C
Bhubaneswar
Friday, April 26, 2024
Homeଓଡିଶା*ଶିଶୁ ନିଖୋଜ ଘଟଣାରେ ସରକାର ସ୍ୱେତପତ୍ର ପ୍ରକାଶ କରନ୍ତୁ :କଂଗ୍ରେସ *

*ଶିଶୁ ନିଖୋଜ ଘଟଣାରେ ସରକାର ସ୍ୱେତପତ୍ର ପ୍ରକାଶ କରନ୍ତୁ :କଂଗ୍ରେସ *

*ଦୁଇ ବର୍ଷର ଶିଶୁ କନ୍ୟା ଶୁଭଲକ୍ଷ୍ମୀ (ଡାକ ନାମ ପିହୁ) ୪ମାସ ତଳେ ନିଖୋଜ ଘଟଣା ପ୍ରସଙ୍ଗ ପୋଲିସର ମନ୍ଥର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ*

*ହାଇକୋର୍ଟର ଭର୍ତ୍ସନା ପରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଚାଲିଯିବା ଉଚିତ*
ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ା, ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ମନୋଜ ରାଉତ, ବିଂଝାରପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ଓ ପ୍ରାକ୍ତନ ଯାଜପୁର ପୌରପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆଲୋକ ବେହେରା, ବିଧାନସଭା କଂଗ୍ରେସ ପ୍ରାର୍ଥୀ ଉମେଶ ଜେନା, ଓ ଅନ୍ୟାନ୍ୟ ପ୍ରାର୍ଥୀମାନେ ଆଜି ବରୀ ବ୍ଲକ ତଥା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରା:ପ:ର ୬ ନମ୍ବର ୱାର୍ଡର ମୋନାଲିସା ନାୟକଙ୍କ ବାପଘରେ ଦିବା ପ୍ରାୟ ୧୦ଘଟିକା ସମୟରେ ପଂହଚି ୪ମାସ ତଳେ ନିଖୋଜ ୨ ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ (ପିହୁ) ର ମାମୁଁଘରେ ତାର ବାପା, ମାଆଙ୍କୁ ସାକ୍ଷାତ କରି ଘଟଣାର ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି ।
ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂପ୍ରତି ରାଜ୍ୟରେ ଯେଉଁଭଳି ଭାବେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଶିଶୁ ନିଖୋଜ ଘଟଣା ଉଗ୍ରରୂପ ଧାରଣ କରିଛି ଏ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ମୁଖପାତ୍ର ମନୋଜ ମହାପାତ୍ର ଓ ପଦ୍ମାକର ଗୁରୁ । ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣା ରାଜ୍ୟରେ ଝଡ଼ ସୃଷ୍ଟି କରିଥିବା ବେଳେ ପିହୁ ଘଟଣା ଦିନକୁ ଦିନ ବିଂଝାରପୁର ଥାନାଧିକାରୀ ଓ ଯାଜପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଶୀଥିଳ ଓ ମନ୍ଥର ତଦନ୍ତକୁ ନେଇ ଅଂଚଳରେ ସାଧାରଣ ଲୋକଙ୍କ ମଧ୍ୟରେ ବ୍ୟାପକ ସନ୍ଦେହ ଓ ପ୍ରତିକ୍ରିୟା ସୃଷ୍ଟି ହେଉଥିବା ବେଳେ ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ମାଧ୍ୟମରେ ନିଖୋଜ ଘଟଣାର ସତ୍ୟାସତ୍ୟକୁ ଲୋକଲୋଚନରେ ପର୍ଦ୍ଦାଫାସ କରିବାକୁ ରାଜ୍ୟ କଂଗ୍ରେସ ତରଫରୁ ଦୃଢ଼ ଦାବୀ କରାଯାଇଛି । ସମଗ୍ର ରାଜ୍ୟରେ ନବୀନ ବାବବୁଙ୍କ ଶାସନରେ ୨୦୧୭ ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୬୦୦୦ରୁ ଉର୍ଦ୍ଦ ନିରୁଦିଷ୍ଟ ମାମଲା ରହିଥିବାବେଳେ ସଠିକ ତଦନ୍ତ ହାର ଅତ୍ୟନ୍ତ ନଗଣ୍ୟ ଅଟେ । ମଧୁସୂଦନପୁର ଗ୍ରା:ପ:ର ସରପଂଚ ଜଣେ ମହିଳା, ବରୀରର ବିଧାୟକ ଜଣେ ମହିଳା, ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଜଣେ ମହିଳା, ଯାଜପୁରର ସାଂସଦ ଜଣେ ମହିଳା, ରାଜ୍ୟ ଦିବ୍ୟାଙ୍ଗ ଅଧ୍ୟକ୍ଷା ଜଣେ ମହିଳା, ବିଂଝାରପୁର ମହିଳା କମିଶନର ସଦସ୍ୟା ସ୍ୱର୍ଣ୍ଣଲତା ସାମଲ ମହିଳା, ଶ୍ରୀମତୀ ମିଶ୍ର ପ୍ରାକ୍ତନ ସଦସ୍ୟା ଜଣେ ମହିଳା, ମାତ୍ର ନିଷ୍ପାପ ଶିଶୁ ପ୍ରତି ସେମାନଙ୍କର ଦରଦ କେତେ ଏହା ସହଜରେ ଅନୁମେୟ । ରାଜ୍ୟ ସମାଜ ମଙ୍ଗଳ ପରିଷଦର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ଦେଓ ଜଣେ ମହିଳା ହୋଇଥିଲେ ବି ଏପରି ସ୍ପର୍ଷକାତର ବିଷୟକୁ ନେଇ ଉଭୟ ବିଜେପି ଓ ବିଜେଡ଼ି ମଧ୍ୟରେ ଏକ ଅଘୋଷିତ ମେଂଟ ଯୋଗୁଁ ଏପରି ସ୍ପର୍ଷକାତର ବିଷୟକୁ ଚାପିଦେବା ଆଦୌ ସମୀଚିନ ନୁହେଁ । ରାଜ୍ୟରେ ଶିଶୁମାନଙ୍କର ଏପରି ଅବସ୍ଥାପାଇଁ ଦାୟି କିଏ? ନବୀନ ବାବୁ, ମହିଳା ଶିଶୁ ବିକାଶ ମନ୍ତ୍ରୀ, ସଚିବ ଉତର ଦେବା ଅତ୍ୟନ୍ତ ପ୍ରାସଙ୍ଗିକ ଅଟେ ।
ସେହିପରି ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଓ ନିର୍ବାଚନ ମଣ୍ଡଳୀର ବିଧିପାଟଣା ଗ୍ରାମର ସଂଜୟ ସାହୁଙ୍କର ଝିଅ ସ୍ୱାତୀ ସାହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ଘଟଣା ରାଜ୍ୟର ଶିଶୁମାନଙ୍କ ପ୍ରତି ଚରମ ଆକ୍ରମଣ ବୋଲି ରାଜ୍ୟ କଂଗ୍ରେସର ପ୍ରାକ୍ତନ ମୁଖପାତ୍ର ମନୋଜ ମହାପାତ୍ର ବର୍ଣ୍ଣନା କରିଛନ୍ତି । ୨୦୧୬ ସେପ୍ଟେମ୍ବର ଠାରୁ ଆଜିଯାଏଁ ରାଜ୍ୟରେ ପ୍ରାୟ ୭୦୦୦ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ର କହୁଛି । ଏଥିରୁ ପ୍ରାୟ ୫୦୫୦ ଜଣ ହେଉଛନ୍ତି କେବଳ ନାବାଳିକା । ଏଭଳି ଅଭାବନୀୟ ଓ ହୃଦୟବିଦାରକ ତଥ୍ୟ ପ୍ରମାଣ କରୁଛି ଯେ ରାଜ୍ୟରେ ଅନାଥ ଓ ବିପନ୍ନ ଶିଶୁମାନଙ୍କର ଏକାଧିକ ଚାଲାଣ ର‌୍ୟାକେଟ୍ ସକ୍ରୀୟ ଭାବରେ କାର୍ଯ୍ୟ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ନବୀନ ବାବୁଙ୍କ କାର୍ଯ୍ୟକାଳରେ ପ୍ରଶାସନିକ ଅବହେଳା ଯୋଗୁଁ ଶିଶୁ ନିଖୋଜ ଘଟଣା ବୃଦ୍ଧି ପାଉଛି । ଆସନ୍ତା ତା ୧୪.୧୨.୨୦୨୦ ସୋମବାର ଦିନ ପିସିସି ପକ୍ଷରୁ ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ, ରାଜ୍ୟ ଶିଶୁ ସୁରକ୍ଷାର ଅଧ୍ୟକ୍ଷା ଓ ଡିଜି ପୋଲିସଙ୍କୁ କଂଗ୍ରେସର ତିନୋଟି ପ୍ରତିନିଧି ଦଳ ସାକ୍ଷାତ କରି ଉଭୟ ଘଟଣାର ତ୍ୱରିତ ତଦନ୍ତ ଅନୁଯାୟି ପରିବାର ବର୍ଗ ଓ ରାଜ୍ୟବାସୀଙ୍କୁ ନ୍ୟାୟ ଦେବାରେ ଦୃଢ଼ ଦାବି କରିବ ।
ସରକାର ବାଘ ଗଣନା, ହାତୀ ଗଣନା, ଚିଲିକାରେ ପକ୍ଷୀ ଗଣନା କରୁଛନ୍ତି ଓ ଗଣନାରେ କମିଲେ କି ବଢ଼ିଲେ ତତ୍ପରତା ଦେଖାଉଛନ୍ତି ଅଥଚ ରାଜ୍ୟରେ ଛୋଟ ଛୋଟ ଶିଶୁ ନିଖୋଜ ଘଟଣାରେ ପୋଲିସ ନାମକୁ ମାତ୍ର ନିଖୋଜ ମାମଲାଟିଏ କରି ହାତାଜାକି ବସିଯାଉଛନ୍ତି । ଯେମିତିକି ସରକାରଙ୍କ ଉପରିସ୍ଥ ସ୍ତରରୁ ଏକ ଅଘୋଷିତ ନିର୍ଦ୍ଦେଶ ଦିଆଯାଇଛି! ବର୍ତମାନ ରାଜ୍ୟରେ କେତେ ଶିଶୁ ନିଖୋଜ ଅଛନ୍ତି ତାହା ସ୍ୱେତପତ୍ର ମାଧ୍ୟମରେ ସରକାର ଜନସାଧାରଣଙ୍କୁ ଜଣାନ୍ତୁ । ବିଶେଷ କରି ନୟାଗଡ଼ର ପରୀ କେସ୍‌ରେ ମାନ୍ୟବର ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ରାଜ୍ୟ ପୋଲିସର ଅପାରଗତାକୁ ନେଇ ଭର୍ତ୍ସନା କରିଛନ୍ତି, ପୋଲିସ ବିଭାଗର ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଚାଲିଯିବା ଉଚିତ୍ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୂଷିଡ଼ି ପଡ଼ିଛି । ଗତକାଲି ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି କରି ସଂପୂର୍ଣ୍ଣ ଗଣତାନ୍ତ୍ରିକ ଉପାୟରେ ଭଦ୍ରକ ବନ୍ଦ ପାଳନ କରାଯାଉଥିଲା ବେଳେ ଭଦ୍ରକ ବିଧାୟକଙ୍କ ଇଙ୍ଗିତରେ କଂଗ୍ରେସ କର୍ମୀ ହେମନ୍ତ ମହାପାତ୍ର ଓ ଅନ୍ୟମାନଙ୍କୁ ଯେଉଁଭଳି ଭାବେ ମରଣାନ୍ତକ ଆକ୍ରମଣ କରାଗଲା ତାହାକୁ ଦୃଢ଼ ନିନ୍ଦା କରିବା ସହିତ ସ୍ଥାନୀୟ ବିଧାୟକ ଓ ତାଙ୍କ ସାଥିମାନଙ୍କ ବିରୁଦ୍ଧରେ ଫୌଜଦାରୀ ମକଦମା ରୁଜୁକରି ତୁରନ୍ତ ଗିରଫ କରିବାପାଇଁ ଶ୍ରୀ ମହାପାତ୍ର ଦାବି କରଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ରଶ୍ମି ମହାପାତ୍ର, ଅମୀୟ ପାଣ୍ଡବ ଓ ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking