29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗ୩ ବର୍ଷର ଶିଶୁ କନ୍ୟା ନିଖୋଜ

୩ ବର୍ଷର ଶିଶୁ କନ୍ୟା ନିଖୋଜ

ନୟାଗଡ଼ :ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ବଧିପାଟଣା ଗ୍ରାମର ସଞ୍ଜୟ କୁମାର ସାହୁ ଏବଂ ସବିତା ସାହୁ ଙ୍କ ୩ ବର୍ଷ ର ଶିଶୁ କନ୍ୟା ହରପ୍ରିୟା ସାହୁ (ସ୍ଵାତି )ଗତ କାଲି ଅପରାହ୍ନ 3 ଟାରେ ବାଡ଼ି ପଟକୁ ଖେଳିବାକୁ ଯାଇଥିଲେ l ମାତ୍ର ବାଡ଼ି ପଟୁ ଆଉ ଘରକୁ ଫେରି ନଥିଲେ lବହୁ ଖୋଜାଖୋଜି କଲା ପରେ ବିଫଳ ହେବାରୁ ଏ ନେଇ ପରିବାର ପକ୍ଷରୁ ରାଜସୁନାଖଳା ଫାଣ୍ଡିରେ ଝିଅ ନିଖୋଜ ଥିବା ନେଇ ଏକ ଅଭିଯୋଗ କରାଯଇଛି l ନୟାଗଡ଼ ଜିଲ୍ଲା ପରୀ ଅପହରଣ ଓ ହତ୍ୟା ମାମଲା କୁ ନେଇ ସାରା ରାଜ୍ୟ ଚଳଚଞ୍ଚଳ ଥିବା ବେଳେ ଏହି କୁନି ଝିଅ ନିଖୋଜ ହେବାକୁ ନେଇ ଅଞ୍ଚଳ ବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେବା ସହ ନାନାକଳ୍ପନା ଜଳ୍ପନା ପ୍ରକାଶ ପାଇଛି l ତେଵେ ରାଜସୁନାଖଳା ପୋଲିସ ଘଟଣା ସ୍ଥଳ ରେ ପହଁଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି l ବର୍ତମାନ ମଧ୍ୟ ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରୁଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking