36.1 C
Bhubaneswar
Sunday, May 19, 2024
Homeଓଡିଶାଶୌଚ ପାଇଁ ଯିବାବେଳେ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ଶୌଚ ପାଇଁ ଯିବାବେଳେ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ବଲାଙ୍ଗିର : ଶୌଚ ପାଇଁ ଯାଉଥିବା ବେଳେ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ବଲାଙ୍ଗିର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ ଶୁଣ୍ଢିମୁଣ୍ଡା ଗାଁର ଭୂଦେଵ ଗହୀର। ଆଜି ସକାଳେ ଭୂଦେଵ ଶୌଚ ହେବା ପାଇଁ ଜାତୀୟ ରାଜପଥ ୧୬ ପାର ହୋଇ ଯାଉଥିଲେ।

ଏହି ସମୟରେ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ଧକ୍କା ଦେଇ ପଳାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ମିଶି ଶୁଣ୍ଢିମୁଣ୍ଡା ଗାଁ ଛକରେ ରାସ୍ତାରୋକ କରିଛନ୍ତି। ଫଳରେ ନୂଆପଡା ଜିଲ୍ଲା ଖଡ଼ିଆଳରୁ କଳାହାଣ୍ଡି ଜିଲ୍ଲାକୁ ଯାତାୟତ ଠପ୍ ହୋଇଯାଇଛି। ସିଂଧେକେଲା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। ଯାତାୟତ ଠପ୍ ହୋଇଯାଇଥିବାରୁ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking