35.1 C
Bhubaneswar
Sunday, May 19, 2024
Homeଓଡିଶା" ଆଜିର ସୁବିଚାର "

” ଆଜିର ସୁବିଚାର “

କଷ୍ଟ ଆମକୁ ସେଇମାନଙ୍କ କଥାରେ ହୁଏ ଯେଉଁମାନଙ୍କୁ ଆମେ ଅଧିକ ବିଶ୍ବାସ କରିଥାନ୍ତି ଦୁଃଖ ସେତେବେଳେ ଲାଗେ ଯେତେବେଳେ ସେମାନେ ସେଇଭଳି କଥା କୁହନ୍ତି ଯେଉଁ କଥା ଆମେ ତାଙ୍କଠୁ ଆଶା କରିନଥାଉ !!”

ଜୀବନର ସବୁଠାରୁ ବଡ ସରପ୍ରାଇଜ୍ “ମୃତ୍ୟୁ” ହଠାତ୍ ଦିନେ ଆସି ସମସ୍ତଙ୍କୁ ଚମକାଇ ଦେବ !!”

ସତ୍ୟର ପଥ ବହୁତ କଷ୍ଟଦାୟକ କିନ୍ତୁ ଫଳ ବହୁତ ମିଠା ହୋଇଥାଏ .. !!”

ଦୁଇଦିନ କେହି ସୁନ୍ଦର ଭାବେ କଥା ହେଲେ ସେ ଆପଣାର ହୁଅନ୍ତି ନାହିଁ କାରଣ ଦୁନିଆ ଏବେ ବେଇମାନରେ ଭର୍ତ୍ତି !!”

“ଟେନସନ ‘ ଆଉ ‘ ମାନସିକ ଚାପ ରେ ସେହିମାନେ ବେସି ରୁହନ୍ତି , ଯେଉଁ ମାନେ ନିଜଠୁ ଅଧିକ ଅନ୍ୟର କଥା ଭାବନ୍ତି !!”

“ଯିଏ ଚାଲିଯାଇଛି ସେ ପୁଣି ଥରେ ଫେରିଆସିନଥାଏ … କିନ୍ତୁ ଜୀବନର ଏମିତି ଏକ ମୋଡ଼ରେ ସେ ନିଶ୍ଚୟ ତମକୁ ଖୋଜିବ ଯେତେବେଳେ ତୁମେ ତା ପାଇଁ ଜଣେ ଅଜଣା ମଣିଷ ହେଇସାରିଥିବ … !!”

“କାହା ହୃଦୟକୁ ଏତେ ବି କଷ୍ଟ ଦିଅ ନାହିଁ କି ଯେମିତି ସିଏ ଭଗବାନଙ୍କ ସାମ୍ନାରେ ତୁମ ନାଁ ନେଇ କାନ୍ଦିବ କାରଣ ତା’ର ହୃଦୟ କଷ୍ଟର ଅଭିଶାପରେ କେବେ ବି ତୁମେ ଶାନ୍ତିରେ ରହି ପାରିବ ନାହିଁ !!”
ଜୀବନରେ ଖରାପ ପରିସ୍ଥିତି ଆମକୁ ବର୍ବାଦ କରିବାକୁ ନୁହେଁ, ବରଂ କିଛି ନା କିଛି ଶିକ୍ଷା ଦେବାକୁ ଆସିଥାଏ
ଶ୍ରୀ ଜଗନ୍ନାଥ ଶରଣଂ

ଅଦ୍ଯ ମେଷ ଦି୨୪ନ, ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ ଦ୧୫।୪୬ ଦିଘ୧୧।୩୬,ଅଶ୍ବିନୀ ଦ୨୬।୫୩ ଦିଘ୪।୩,ମେଷଚନ୍ଦ୍ର ଦ୬୦ ନିଶାନ୍ତ।

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
ମେଷ ଦ୩/୧୨/୦ ଇଂଘ ୫/୧୮/୦ ଗତେ ଉଦୟ।
ତୁଳା ଦ୪/୪୮/୪୦ ଇଂଘ ୬/୦୮/୫୨ ଗତେ ଅସ୍ତ ।

ଯୋଗିନୀ ପଶ୍ଚିମେ । ଦିବା ଘ୧୧।୩୬ ଗତେ ଐଶାନ୍ୟେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୪।୩ ଗତେ କୃତ୍ରିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ୱାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମେଷରାଶିର ଘାତଚନ୍ଦ୍ର ମକର ରାଶିର ଘାତବାର । ଦିବା ଘ୬।୫୧ ଗତେ ଘ୮।୨୬ ମଧ୍ୟେ ବାରବେଳା ଘ୧।୨୬ ଗତେ ଘ୩।୧ ମଧ୍ୟେ କାଳବେଳା । ରାତ୍ରି ଘ୭।୩୬ ଗତେ ଘ୯।୧ ମଧ୍ୟେ କାଳରାତ୍ରି । ମୃତେ ପାଦଦୋଷ । ଫଳଂ କୃଷିହାନି ।ଭୂମିଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୪।୩ ଗତେ ଦଶମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ କୁଳଟା । ଗୋକାଞ୍ଚନ ପ୍ରବାଳ ରକ୍ତବସ୍ତ୍ର ଦାନ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମହାଳୟା ବିଧିରେ ହେବ । ଅଦ୍ୟ ଚନ୍ଦ୍ରକ୍ଷୟ ନିଶିପାଳନ ନଷ୍ଟଚନ୍ଦ୍ରାପବାସ ହଳନିଷେଧ । ମାଷ (ବିରି) ଦିବା ଘ୧୧।୩୬ ଗତେ ସ୍ତ୍ରୀ ତୈଳବର୍ଜନ ।ମତ୍ସ୍ୟ ମାଂସ ଭକ୍ଷଣ ନିଷେଧ।

(ଅମୃତ)-ଦିବା ଘ୭।୪୦ ଗତେ ଘ୧୦।୪ ମଧ୍ଯେ ଘ୧୨।୨୮ ଗତେ ଘ୨।୪ ମଧ୍ୟେ ଘ୨।୫୨ ଗତେ ଘ୪।୨୮ ମଧ୍ୟେ ରାତ୍ରି ଘ୬।୫୭ ମଧ୍ୟେ ଘ୯।୨୧ ଗତେ ଘ୧୧।୪୫ ମଧ୍ୟେ ଘ୭।୯ ଗତେ ଘ୩।୪୫ ମଧ୍ୟେ । (ମାହେନ୍ଦ୍ର)- ନାସ୍ତି ।
ରାଶିଫଳ
ମେଷ: ପେସାଦାର ବ୍ୟବସାୟୀଙ୍କୁ ଭଲ ଜାଗାରେ ପୁଞ୍ଜି ଲଗାଇବାର ସୁଯୋଗ ମିଳିବ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।‌

ବୃଷ: ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ସହ ପ୍ରେମପୂର୍ବକ କଥା ହେବେ। କୌଣସି କାମରେ ଅଧିକ ସମୟ ବ୍ୟୟ ହେବ। ପରିବାର ସଦସ୍ୟଙ୍କ ସହ ମତଭେଦ ହୋଇପାରେ।

ମିଥୁନ: କେବଳ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଦିଅନ୍ତୁ। ଦୋକାନୀଙ୍କ ଲାଗି ଦିନଟି ବହୁତ ଭଲ। ସାମାଜିକ ସ୍ତରରେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।

କର୍କଟ: କୌଣସି ବନ୍ଧୁଙ୍କୁ ନିଜ ମନର କଥା କହିବେ। ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ସିଂହ: ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଘରୋଇ ଉଦ୍ୟୋଗରେ ଚାକିରି ଲାଗି ଡାକରା ଆସିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କନ୍ୟା: ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ବ୍ୟବସାୟରେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ତୁଳା: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ସରକାରୀ କାମରେ ବଡ଼ ଲୋକଙ୍କ ସାହାଯ୍ୟ ପାଇବେ।

ବିଛା: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

ଧନୁ: ବାପାଙ୍କର ସ୍ନେହ ପାଇବେ। କୌଣସି କାମ‌ରେ ଆପଣଙ୍କ ସମ୍ମୁଖକୁ ବଡ଼ ଆହ୍ବାନ ଆସିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମକର: ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଆଇନ ମାମଲାରେ ଆପଣଙ୍କୁ ଆରାମ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।

କୁମ୍ଭ: ଓକିଲଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ନୂଆ ମକଦ୍ଦମା ମିଳିବ। ବନ୍ଧୁ ସହ ଫୋନରେ କଥା ହେବେ। ଅଫିସରେ ଅଧିକ କାମ କରିବେ। ପୁରୁଣା ବନ୍ଧୁ ସହିତ ଆପଣଙ୍କ ସାକ୍ଷାତ ହେବ।

ମୀନ: ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ମାନ ପ୍ରତିଷ୍ଠା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking