38.1 C
Bhubaneswar
Friday, May 3, 2024
Homeଓଡିଶାଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କୁ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ଆଦେଶ ଦେବା ସହ ନିମ୍ନ ଅଦାଲତଙ୍କ ଆଦେଶକୁ ଖାରଜ କରିଛନ୍ତିି । ଏଡେନ୍ ଇନ୍‌ଫ୍ରା ପ୍ରୋଜେକ୍ଟ୍‌ସ୍ ପ୍ରାଇଭେଟ୍ ଲିମିଟେଡ୍ ଚିଟ୍‌ଫଣ୍ଡ କମ୍ପାନୀର ମୁଖ୍ୟ ଇନ୍ଦ୍ରଜିତ୍ ଦେଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ଆଦେଶ ଦେଇଛନ୍ତି । ଏଥିସହିତ ତାଙ୍କ ପାସ୍‌ପୋଟ୍ ଫେରାଇବାକୁ ସିବିଆଇ କୋର୍ଟକୁ ଆଦେଶ ଦେଇଛନ୍ତି । ବାଲିଆପାଳରେ କମ୍ପାନୀ ତା’ର ମୁଖ୍ୟାଳୟ ଖୋଲି ଲୋଙ୍କ ଅର୍ଥକୁ ସ୍ୱଳ୍ପ ସମୟରେ ଦୁଇଗୁଣା କରାଇଦେବାର ଲୋଭ ଦେଖାଇ ଜମାକାରୀଙ୍କ ନିକଟରୁ ୨ କୋଟି ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ସିବିଆଇ ତାଙ୍କୁ ଗିରଫ କରି ତାଙ୍କ ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଥିଲା । ଏହି ମାମଲାରେ ସେ ଜାମିନରେ ମୁକୁଳିବା ସମୟରେ ସିବିଆଇ କୋର୍ଟରେ ଗତ ୨୦୨୩ ଅକ୍ଟୋବର ୯ ତାରିଖରେ ନିଜର ପାସ୍‌ପୋର୍ଟ ଦାଖଲ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ପାସ୍‌ପୋର୍ଟ ପ୍ରଦାନ କରିବାକୁ ସେ ସିବିଆଇ କୋର୍ଟରେ ଆବେଦନ କରିଥିବାବେଳେ ଏହା ଖାରଜ ହୋଇଯାଇଥିଲା । ପରେ ଶ୍ରୀ ଦେ ଦୁଇମାସ ପର୍ଯ୍ୟନ୍ତ ତାଙ୍କୁ ପାସ୍‌ପୋର୍ଟ ପ୍ରଦାନ କରିବାକୁ ପ୍ରାର୍ଥନା କରି ସେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ସେ ଦର୍ଶାଇଥିଲେ ଯେ ଆମେରିକାରେ ତାଙ୍କ ଶାଶୁ ବିଛଣାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତିି । ଏଥିସହିତ ତାଙ୍କ ଛୋଟ ଝିଅ ଓ ସ୍ତ୍ରୀ ମଧ୍ୟ ଆମେରିକାରେ ରହୁଛନ୍ତିି । ଆମେରିକାରେ ତାଙ୍କୁ ଗ୍ରୀନ୍ କାର୍ଡ ମିଳିଥିବାବେଳେ ସେ ନିମୟିତ ଭାବେ ଆମେରିକା ଯାଇଥାନ୍ତି ବୋଲି କୋର୍ଟଙ୍କୁ ଦର୍ଶାଇଥିଲେ । ହାଇକୋର୍ଟ ମାମଲାର ଶୁଣାଣିବେଳେ ଦର୍ଶାଇଥିଲେ ଯେ ପାସ୍‌ପୋର୍ଟ ମିଳିଗଲେ ସେ ଫ୍ଲାଇଟ୍‌ରେ ଦେଶଛାଡି ପଳାଇଯିବାର ଅନୁମାନ କରାଇପାରେ ମାତ୍ର ଆଇନରୁ ମୁକୁଳିପାରିବେ ନାହିିଁ ବୋଲି ସ୍ପଷ୍ଟ କରିଛନ୍ତିି । ହାଇକୋର୍ଟ ମାମଲାର ଶୁଣାଣି କରି ସିବିଆଇ କୋର୍ଟଙ୍କ ଆଦେଶକୁ ଖାରଜ କରିବା ସହିତ ତାଙ୍କୁ ପାସ୍‌ପୋର୍ଟ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking