40.1 C
Bhubaneswar
Friday, May 3, 2024
Homeଓଡିଶାଲାଞ୍ଚ ନେଲାବେଳେ ବରିଷ୍ଠ କିରାଣିଙ୍କୁ କାବୁ କଲା ଭିଜିଲାନ୍ସ

ଲାଞ୍ଚ ନେଲାବେଳେ ବରିଷ୍ଠ କିରାଣିଙ୍କୁ କାବୁ କଲା ଭିଜିଲାନ୍ସ

ଭୁବନେଶ୍ୱର: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଜଣେ କାର୍ଯ୍ୟରତ କିରାଣିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଜଣଙ୍କ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ରନାଥ ପାଢ଼ୀ । ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ । ସୂଚନା ଅନୁଯାୟୀ, ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରୁବୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନୁସୟା ନାୟକଙ୍କର ବିଇଓ ଅଫିସରେ କିଛି କାମ ଅଟକି ରହିଥିଲା । ଉକ୍ତ କାମ କରି ଦେବା ପାଇଁ ସେ ବହୁବାର ବିଇଓ ଅଫିସକୁ ଦୌଡ଼ିଲା ପରେ ମଧ୍ୟ ତାଙ୍କ କାମଟି ହୋଇଥିଲେ । କାମଟି କରି ଦେବା ପାଇଁ ବିଇଓ ଅଫିସର ବରିଷ୍ଠ କିରାଣି ରବୀନ୍ଦ୍ରନାଥ ପାଢ଼ୀ ତାଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହା ପରେ ଶିକ୍ଷୟିତ୍ରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଶିକ୍ଷୟିତ୍ରୀ ଜଣଙ୍କ କିରାଣି ରବୀନ୍ଦ୍ରନାଥ ପାଢ଼ୀଙ୍କୁ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ଦେଇଥିଲେ । ସେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ । ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି । ଏହା ପରେ ତାଙ୍କ ବୁଟୁପାଲି ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା । ତାଙ୍କୁ ଗିରଫ କରି ଜିଲ୍ଲା ଭିଜିଲାନ୍ସକୁ ଆଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking