30.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗଗୁଣୁପୁରରେ ଟୋଲ ଟିକସ ମୁକ୍ତି ଆନ୍ଦୋଳନ

ଗୁଣୁପୁରରେ ଟୋଲ ଟିକସ ମୁକ୍ତି ଆନ୍ଦୋଳନ

ରାୟଗଡା : ରାୟଗଡା ଜିଲ୍ଲା ଗୁଣୁପୁର ବିକ୍ରମପୁର ଟୋଲ ଗେଟ ନିକଟରେ ଆଜି ଅଖିଳ ଭାରତୀୟ କୃଷକ ସଂଘର୍ଷ ସମିତି, କୃଷକ ମହାସଭା, ସିପିଆଇ ଏମଏଲ ଓ ଅଖିଳ ଭାରତୀୟ ଛାତ୍ର ସଂଗଠନ ପକ୍ଷରୁ ଟିକସ ମୁକ୍ତି ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ସଙ୍ଗଠନ ଗୁଡ଼ିକ ପକ୍ଷରୁ ଟୋଲ ଫାଟକ କୁ ଉଠେଇ ଦିଆଯାଇ ସମସ୍ତ ପ୍ରକାର ଯାନବାହନ କୁ ଆଜି ବିନା ଟୋଲ ଆଦୟ ରେ ଛଡା ଯାଇଥିଲା । ଏଥିସହ କୃଷି ଆଧ୍ୟାଦେଶ ବାତିଲ, ବିଦ୍ୟୁତ ବିଲ ପ୍ରତ୍ୟାହାର, କୃଷି ଋଣ ଛାଡ, ଧାନ ଓ କପା ର ସହାୟକ ମୂଲ୍ୟ ବୃଦ୍ଧି, ଜଙ୍ଗଲ ଜମି ପଟା ପ୍ରଦାନ, ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ମଜୁରୀ ବୃଦ୍ଧି ସହ କାର୍ଯ୍ୟ ଦିବସ ବୃଦ୍ଧି କରିବା ପ୍ରଭୃତି ଦାବୀ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking