29.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅମିତ ଶାହ

ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅମିତ ଶାହ

ନୂଆଦିଲ୍ଲୀ :  ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଆଜି ଏକ ନିଶ୍ଚିତ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ରିପୋର୍ଟ ଅନୁସାରେ ବିହାରର ବେଗୁସରାଇ ଅଞ୍ଚଳରେ ଏକ ନିର୍ବାଚନୀ ପ୍ରଚାର ସଭାକୁ ସମ୍ବୋଧିତ କରିସାରି ଫେରିବା ସମୟରେ ଶାହଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ରକ୍ଷା ପାଇଯାଇଛି । ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟିରେ ଅମିତ୍ ଶାହା ଆସି ହେଲିକପ୍ଟରରେ ବସିବା ପରେ ପାଇଲଟ୍‌ଜଣକ ବେଗୁସରାଇର ଅସ୍ଥାୟୀ ହେଲିପ୍ୟାଡରୁ ଉଡ଼ାଣ ଭରିଥିଲେ । କିନ୍ତୁ ଟେକ୍‌ଅପ୍ ସମୟରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଡାହାଣ ପଟକୁ ଚାଲି ଯାଇଥିଲା । ଏଥିସହ ଏହାର ଆଗ ପଟ ମଧ୍ୟ ତଳେ ପିଟି ହେବା ସ୍ଥିତିକୁ ଚାଲି ଆସିଥିଲା । କିଛି ସେକେଣ୍ଡ୍ ପାଇଁ ହେଲିକପ୍ଟରଟି ନିୟନ୍ତ୍ରଣ ବାହାରେ ଉଡ଼ିଥିଲେ ମଧ୍ୟ ପାଇଲଟ ଜଣଙ୍କ କୌଣସି ଅଘଟଣ ପୂର୍ବରୁ ଏହାକୁ ସମ୍ଭାଳି ନେଇଥିଲେ । ଏହାପରେ ହେଲିକପ୍ଟରଟି ବେଶ ସ୍ୱାଭାବିକ ଢଙ୍ଗରେ ଠିକଣା ମାର୍ଗରେ ଉଡ଼ାଣ ଭରିଥିଲା । ସୂଚନାଯୋଗ୍ୟ, ଚଳିତ ଲୋକସଭା ନିର୍ବାଚନରେ ବିଜେପି, ଜେଡିୟୁ ସହ ମେଣ୍ଟ କରିବା ପୂର୍ବକ ବିହାରରେ ୧୭ଟି ଆସନରେ ଲଢ଼ୁଛି । ସେହିପରି ଜେଡିୟୁ ୧୬ଟି ଆସନରେ ପ୍ରାର୍ଥୀ ଦେଇଛି । ବିଜେପି ନେତୃତ୍ୱାଧୀନ ମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ଚିରାଗ ପାଶୱାନ୍‌ଙ୍କ ଏଲ୍‌ଜେପି ୫ଟି ଓ ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା (ଏଚ୍‌ଏଏମ୍‌) ଗୋଟିଏ ଆସନରେ ଲଢ଼ୁଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପ୍ରଚାର ଉଦ୍ଦେଶ୍ୟରେ ନିୟମିତ ବିହାର ଗସ୍ତ କରୁଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking