28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶରାଷ୍ଟ୍ରପତି ସି ଜିନପିଙ୍ଗ ଗୃହବନ୍ଦୀ ! ଚୀନ ସହ ସାରା ବିଶ୍ୱରେ ଚର୍ଚ୍ଚା ଜୋର

ରାଷ୍ଟ୍ରପତି ସି ଜିନପିଙ୍ଗ ଗୃହବନ୍ଦୀ ! ଚୀନ ସହ ସାରା ବିଶ୍ୱରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗକୁ ଗୃହବନ୍ଦୀ କରି ଚୀନ ସେନା କ୍ଷମତା ପରିବର୍ତ୍ତନ କରିଥିବା ନେଇ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୀନର ସୋସିଆଲ ମିଡିଆ ୟୁଜର୍ସଙ୍କ ଦାବି ଅନୁସାରେ ଚୀନର କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାଙ୍କ ଦ୍ୱାରା ତାଙ୍କୁ ପିଏଲଏର ପ୍ରମୁଖ ପଦରୁ ହଟାଯିବା ପରେ ଜିନପିଙ୍ଗଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଏହି ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ କରିଛନ୍ତି । ସେ କହିଛନ୍ତି, ଏହି ଗୁଜବ ଉପରୁ ପରଦା ଉଠାଇବା ଦରକାର । କଣ ସତରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରି ରଖାଯାଇଛି ? ଚୀନରେ ମଧ୍ୟ ଚର୍ଚ୍ଚା ଯେ, ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରି ପିଏଲଏ କ୍ଷମତାରେ ପରିବର୍ତ୍ତନ କରିଛି। ନ୍ୟୁଜ ହାଇଲ୍ୟାଣ୍ଡ ଭିଜନର ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ, ଚୀନର ପୂର୍ବତନ ରାଷ୍ଟ୍ରପତି ହୁ ଜିଙ୍ଗତାଓ ଏବଂ ପୂର୍ବତନ ପ୍ରିମିୟର ବେନ ଜିଆବାଓଙ୍କ ନିର୍ଦ୍ଦେଶରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଗୃହବନ୍ଦୀ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking