30.1 C
Bhubaneswar
Wednesday, April 24, 2024
Homeଓଡିଶାଗୀତ ଗୁହାରି : ପ୍ରଫୁଲ୍ଲଙ୍କୁ ମିଳିଲା ଜମିପଟ୍ଟା

ଗୀତ ଗୁହାରି : ପ୍ରଫୁଲ୍ଲଙ୍କୁ ମିଳିଲା ଜମିପଟ୍ଟା

ଯାଜପୁର : ଦୃଷ୍ଟିବାଧିତ ପ୍ରଫୁଲ୍ଲଙ୍କୁ ମିଳିଛି ଜମି ପଟ୍ଟା । ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଜି ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ପ୍ରଫୁଲ୍ଲଙ୍କୁ ବସୁନ୍ଧରା ଯୋଜନାରେ ୪ ଡିସିମିଲ ଘରବାଡ଼ି ପଟ୍ଟା ପ୍ରଦାନ କରାଯାଇଛି। ବ୍ୟାସନଗର ତହସିଲଦାର ଅଶୋକ ମାଝୀ ଓ ଅତିରିକ୍ତ ତହସିଲଦାର ବିକ୍ରମ ମଲିକ ପ୍ରଫୁଲ୍ଲକୁ ଜମି ପଟ୍ଟା ପ୍ରଦାନ କରିବା ସହ ସରକାରଙ୍କର ସମସ୍ତ ଯୋଜନାରେ କିପରି ଦିବ୍ୟଙ୍ଗ ପ୍ରଫୁଲ ଉପକୃତ ହୋଇପାରିବେ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି । ଜମି ପଟ୍ଟା ପାଇବା ପରେ ପ୍ରଫୁଲ୍ଲ ଯାଜପୁର ଜିଲ୍ଲାପାଳ ଓ ବ୍ୟାସନଗର ତହସିଲଦାରଙ୍କୁ ଧନ୍ୟବାଦ ଦେବା ସହ ଖୁବ୍ ଶୀଘ୍ର ଆବାସ ଯୋଜନାରେ ଗୃହ ଖଣ୍ଡେ ପାଇବା ପାଇଁ ଆଶା ରଖିଥିବା କହିଛନ୍ତି ।କିଛି ଦିନ ହେବ ଜିଲାପାଳଙ୍କୁ ଗୀତ ଗାଇ ଅଭିନବ ଉପାୟରେ ପ୍ରଫୁଲ୍ଲ ଜମି ପଟ୍ଟା ପ୍ରଦାନ କରିବା ପାଇଁ ଗୁହାରି କରିଥିଲେ। ଯାହା ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking