29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଆଜି ୨ୟ ପର୍ଯ୍ୟାୟ ଭୋଟ୍‌; ୮୮ ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୧୨୦୨ ପ୍ରାର୍ଥୀ

ଆଜି ୨ୟ ପର୍ଯ୍ୟାୟ ଭୋଟ୍‌; ୮୮ ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୧୨୦୨ ପ୍ରାର୍ଥୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆଜି । ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୮୮ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ନିର୍ବାଚନ ଆୟୋଗ ୨ୟ ପର୍ଯ୍ୟାୟ ପାଇଁ ୮୯ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି ଜାରି କରିଥିଲେ ମଧ୍ୟ ମଧ୍ୟପ୍ରଦେଶର ବେତୁଲ ଆସନରେ ବିଏସ୍‌ପି ପ୍ରାର୍ଥୀଙ୍କ ଅକସ୍ମାତ୍ ମୃତ୍ୟୁ ହୋଇଯିବା କାରଣରୁ ଏହି ଆସନକୁ ଏହି ପର୍ଯ୍ୟାୟରୁ ବାଦ୍ ଦିଆଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଶେଷ କରିଛନ୍ତି । ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପ୍ରକ୍ରିୟାକୁ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦେଶରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ମୋଟ୍ ୧୨୦୨ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଶଶି ଥରୁର, ଅଭିନେତାରୁ ନେତା ହୋଇଥିବା ଅରୁଣ ଗୋବିଲ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି । ସେହିପରି ବିଜେପିର ହେମାମାଳିନୀ, ଓମ୍ ବିର୍ଲା, ଗଜେନ୍ଦ୍ରସିଂ ଶେଖାୱତ୍ ମଧ୍ୟ ଆସନ୍ତାକାଲିର ଭୋଟିଂ ପ୍ରକ୍ରିୟାରେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ତୃତୀୟ ଥର ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ କେରଳର ସମସ୍ତ ୨୦ଟି ଆସନ, କର୍ଣ୍ଣାଟକର ୨୮ ଆସନରୁ ୧୪ଟି ଆସନ, ରାଜସ୍ଥାନର ୧୩ଟି ଆସନ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ୮ଟି ଲେଖାଏ ଆସନ, ମଧ୍ୟପ୍ରଦେଶର ୭ଟି, ଆସାମ ଓ ବିହାରରେ ୫ଟି ଲେଖାଏଁ ଆସନ, ଛତିଶଗଡ ଓ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ ଆସନ, ମଣିପୁର, ତ୍ରିପୁରା ଓ ଜମ୍ମୁ-କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହିକ୍ରମେ ଯଦି ରାଜ୍ୟୱାରୀ ଦେଖାଯାଏ ତେବେ କର୍ଣ୍ଣାଟକ ବେଙ୍ଗାଲୁରୁ ଆସନରୁ ବିଜେପିରୁ ତେଜସ୍ୱୀ ସୂର୍ଯ୍ୟା, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ମଧ୍ୟପ୍ରଦେଶ ଟିକମଗଡ ଆସନରୁ ବିଜେପିର ବିରେନ୍ଦ୍ର କୁମାର ଖଟିକ, କେରଳର ଅଲ୍ଲାପୁଝାରୁ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳଙ୍କ ଭାଗ୍ୟ ମଧ୍ୟ ଆସନ୍ତା କାଲି ଇଭିଏମ୍‌ରେ କଏଦ୍ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking