33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିଜେପି ନେତା ମିଥୁନଙ୍କ ବଡ଼ ଦାବି: ଏବେ ବି ଟିଏମସିର ୨୧ ବିଧାୟକ ଅଛନ୍ତି ଯୋଗାଯୋଗରେ

ବିଜେପି ନେତା ମିଥୁନଙ୍କ ବଡ଼ ଦାବି: ଏବେ ବି ଟିଏମସିର ୨୧ ବିଧାୟକ ଅଛନ୍ତି ଯୋଗାଯୋଗରେ

କୋଲକାତା: ଅଭିନେତାରୁ ବିଜେପି ନେତା ବନିଥିବା ମଥୁନ ଚକ୍ରବର୍ତ୍ତୀ ପୁଣିଥରେ ବଡ଼ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)ର ୨୧ ଜଣ ବିଧାୟକ ଏବେ ବି ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଥିବା ସେ ଦାବି କରିଛନ୍ତି। କୋଲକାତାରେ ଥିବା ବିଜେପି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ମିଥୁନ କହିଛନ୍ତି, “୨୧ ଟିଏମସି ବିଧାୟକ ଏବେ ବି ମୋ ସହ ଯୋଗାଯୋଗରେ ଅଛନ୍ତି। ପୂର୍ବରୁ ମୁଁ ଏକଥା କହିଥିଲି ଓ ଆଜି ପୁଣି ମୁଁ ଏହା ଦୋହରାଉଛି। ମୁଁ ମୋ ବୟାନରେ କାଏମ ରହିଛି। ଆପଣମାନେ କେବଳ ସମୟକୁ ଅପେକ୍ଷା କରନ୍ତୁ। ମୁଁ ଜାଣିଛି ଆମ ଦଳ ଭିତରେ ଟିଏମସିର ନେତାମାନଙ୍କୁ ନେବାରେ ବିରୋଧାଭାଷ ରହିଛି। ଅନେକ କହୁଛନ୍ତି ଆମେ ପଚା ଆଳୁକୁ ନେବୁ ନାହିଁ। ହେଲେ ମୁଁ କହିଛି ଯେ ମୁଁ ସେଭଳି ମୁର୍ଖ ନୁହେଁ। ପୂର୍ବଭଳି ଭୁଲ ହେବନାହିଁ ବୋଲି ସେମାନଙ୍କୁ କହିଛି।”
ଦୁର୍ଗା ପୂଜା ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀ କୋଲକାତାରେ ବିଜେପି ନେତାମାନଙ୍କୁ ଭେଟିବାକୁ ଆସିଛନ୍ତି। ଏହି ସମୟରେ ସେ ଗଣମାଧ୍ୟମକୁ ଭେଟିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking