30.1 C
Bhubaneswar
Monday, May 6, 2024
Homeଖେଳଇତିହାସ ରଚିଲେ ଋଷଭ ପନ୍ତ୍

ଇତିହାସ ରଚିଲେ ଋଷଭ ପନ୍ତ୍

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ବିପକ୍ଷ ବୁଧବାରର ଆଇପିଏଲ୍ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ କ୍ୟାପ୍‌ଟେନ୍ ଋଷଭ ପନ୍ତ୍ ଏକ କୀର୍ତ୍ତିମାନ କରିଛନ୍ତି । ଏହି ମ୍ୟାଚ୍‌ରେ ପନ୍ତ୍ ୪୩ ବଲ୍‌ରେ ୮୮ ରନ୍‌ର ଅପରାଜିତ ଇନିଂସ୍ ଖେଳିଥିଲେ । ଏହି ଅବସରରେ ସେ ମୋହିତ ଶର୍ମାଙ୍କ ଜୋରଦାର ଧୂଲାଇ କରିଥିଲେ । ମୋହିତଙ୍କ ୧୮ ବଲ୍‌ରେ ପନ୍ତ୍ ୬୨ ରନ୍ କରିଥିଲେ । ଏହା ମଧ୍ୟରେ ସାତ ଛକା ଓ ତିନି ଚୌକା ସାମିଲ ଥିଲା । କୌଣସି ବୋଲର୍‌ଙ୍କ ବିପକ୍ଷରେ ଜଣେ ବ୍ୟାଟର୍ ୬୦ରୁ ଊର୍ଦ୍ଧ୍ୱ ରନ୍ ସଂଗ୍ରହ କରିବା ଏହି ଟି-୨୦ କ୍ରିକେଟ୍‌ରେ ପ୍ରଥମ ଘଟଣା । ଏହି ମାମଲାରେ ପନ୍ତ୍ ପାକିସ୍ତାନ ଖେଳାଳି ଉସ୍‌ମାନ୍ ଖାନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି । ଉସ୍‌ମାନ୍ ପିଏସ୍‌ଏଲ୍ ୨୦୨୩ର ଏକ ମ୍ୟାଚ୍‌ରେ କୈସ୍ ଅହମ୍ମଦଙ୍କ ବିପକ୍ଷରେ ୫୪ ରନ୍ କରିଥିଲେ । ସେହିପରି କୌଣସି ଆଇପିଏଲ୍ ମ୍ୟାଚ୍‌ରେ ଜଣେ ବୋଲର୍‌ଙ୍କ ବିପକ୍ଷରେ ୫୦ରୁ ଊର୍ଦ୍ଧ୍ୱ ରନ୍ କରିବାରେ ପନ୍ତ୍ ତୃତୀୟ ବ୍ୟାଟର୍ ହୋଇଛନ୍ତି । ଏହା ପୂର୍ବରୁ କେବଳ ବିରାଟ କୋହଲି ଓ ହାସିମ୍ ଅମଲା ଏପରି କରିପାରିଥିଲେ । କୋହଲି ୨୦୧୩ରେ ଉମେଶ ଯାଦବଙ୍କ ବିପକ୍ଷରେ ୫୨ ରନ୍ ଏବଂ ଅମ୍‌ଲା ୨୦୧୭ରେ ଲାସିଥ୍ ମାଲିଙ୍ଗାଙ୍କ ବିପକ୍ଷରେ ୫୧ ରନ୍ କରିଥିଲେ । ବୁଧବାରର ମ୍ୟାଚ୍‌ରେ ମୋହିତ ଶର୍ମା ୭୩ ରନ୍ ବ୍ୟୟ କରିଥିଲେ । ଆଇପିଏଲ୍‌ରେ କୌଣସି ବୋଲର୍‌ଙ୍କର ଏହା ସବୁଠୁ ମହଙ୍ଗା ବୋଲିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking