27.1 C
Bhubaneswar
Tuesday, May 7, 2024
Homeଖେଳଦିଲ୍ଲୀ କ୍ୟାପିଟାଲ୍ସରେ ଗୁଲବଦିନ୍ ନାଏବ୍

ଦିଲ୍ଲୀ କ୍ୟାପିଟାଲ୍ସରେ ଗୁଲବଦିନ୍ ନାଏବ୍

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ସିଜନ୍‌ର ବାକି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଆହତ ମିଚେଲ୍ ମାର୍ଶଙ୍କ ବଦଳ ଖେଳାଳି ଭାବେ ଆଫଗାନ୍ ଅଲ୍‌ରାଉଣ୍ଡର୍ ଗୁଲବଦିନ୍ ନାଏବ୍‌ଙ୍କୁ ଟିମ୍‌ରେ ସାମିଲ କରିଛି । ମିଡିୟସ୍ ପେସ୍ ବୋଲିଂ ଅଲ୍‌ରାଉଣ୍ଡର୍‌ର ନାଏବଙ୍କୁ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ସହ ସାମିଲ କରିଛି । ଏହା ତାଙ୍କର ପ୍ରଥମ ଆଇପିଏଲ୍ ହେବ । ଆଫଗାନିସ୍ତାନ ଟିମ୍‌ର ନେତୃତ୍ୱ ନେଇସାରିଥିବା ନାଏବ୍ ଜାତୀୟ ଟିମ୍ ପାଇଁ ୮୨ ଦିନିକିଆ ଏବଂ ୬୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ଭାରତ ବିପକ୍ଷ ଟି-୨୦ ସିରିଜ୍‌ରେ ନାଏବ୍ ପ୍ରଭାବଶାଳୀ ପ୍ରଦର୍ଶନ କରି ଇନ୍ଦୋର ଏବଂ ବେଙ୍ଗାଲୁରୁରେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking