30.1 C
Bhubaneswar
Monday, May 6, 2024
Homeଖେଳବିରାଟ କୋହଲିଙ୍କ ବିରଳ ରେକର୍ଡ

ବିରାଟ କୋହଲିଙ୍କ ବିରଳ ରେକର୍ଡ

ହାଇଦ୍ରାବାଦ: ଗୁରୁବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ଆରମ୍ଭ ମାତ୍ରେ ହିଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଷ୍ଟାର୍ ଖେଳାଳି ବିରାଟ କୋହଲି ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଆଇପିଏଲ୍ ଇତିହାସରେ ତାଙ୍କ ପୂର୍ବରୁ କୌଣସି ଖେଳାଳି ଏହି କାରନାମା କରିନାହାନ୍ତି । ଏହି ମ୍ୟାଚ୍ ଆଇପିଏଲ୍ ଇତିହାସରେ ଆର୍‌ସିବିର ୨୫୦ତମ ମ୍ୟାଚ୍ । ସେହିପରି ବିରାଟ କୋହଲି ପ୍ରଥମ ସିଜନ୍‌ରୁ ଆର୍‌ସିବି ଟିମ୍ ସହିତ ରହିଆସିଛନ୍ତି । ଆଇପିଏଲ୍ ଇତିହାସରେ କୌଣସି ଟିମ୍‌ର ପ୍ରଥମରୁ ୨୫୦ତମ ମ୍ୟାଚ୍ ପର୍ଯ୍ୟନ୍ତ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାରେ କୋହଲି ପ୍ରଥମ ଖେଳାଳି ହୋଇଛନ୍ତି । ଏହା ପୂର୍ବରୁ କେବଳ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରେ ୨୫୦ କିମ୍ବା ତା’ଠାରୁ ଅଧିକ ମ୍ୟାଚ୍ ଖେଳିଛି । କିନ୍ତୁ ମୁମ୍ବାଇର ପ୍ରଥମ ମ୍ୟାଚ୍ ଖେଳିଥିବା ଏପରି କୌଣସି ଖେଳାଳି ୨୫୦ତମ ମ୍ୟାଚ୍‌ରେ ନଥିଲେ । ଏହା ବ୍ୟତୀତ କୋହଲି ଚଳିତ ସିଜନ୍‌ରେ ୪୦୦ ରନ୍ ମଧ୍ୟ ପୂରଣ କରିଛନ୍ତି । ଏହା ସହିତ ଅଲଗା ଅଲଗା ୧୦ଟି ସିଜନ୍‌ରେ ୪୦୦+ ରନ୍ କରିବାରେ ସେ ଆଇପିଏଲ୍ ଇତିହାସରେ ପ୍ରଥମ ବ୍ୟାଟର୍ ହୋଇଛନ୍ତି । କେବଳ ଏତିକି ନୁହେଁ ଓପ୍ନର୍ ଭାବେ ସେ ଆଇପିଏଲ୍‌ରେ ୪୦୦୦ ରନ୍ ମଧ୍ୟ ପୂରଣ କରିଛନ୍ତି । ଏହା କରିବାରେ ସେ ଚତୁର୍ଥ ଓପ୍ନର୍ ହୋଇଛନ୍ତି ।
କୋହଲିଙ୍କ ବ୍ୟତୀତ ଏହି ମ୍ୟାଚ୍ ଜୟଦେବ ଉନାଦକତ୍‌ଙ୍କୁ ପାଇଁ ମଧ୍ୟ ସ୍ୱତନ୍ତ୍ର ଥିଲା । ଏହା ଉନାଦ୍‌କତ୍‌ଙ୍କ ଆଇପିଏଲ୍ କ୍ୟାରିୟର୍‌ର ୧୦୦ତମ ମ୍ୟାଚ୍ । ୧୦୦ କିମ୍ବା ଏହାଠାରୁ ଅଧିକ ମ୍ୟାଚ୍ ଖେଳିବାରେ ଉନାଦ୍‌କତ୍ ଆଇପିଏଲ୍‌ର ୬୬ତମ ଖେଳାଳି ହୋଇଛନ୍ତି । ସୂଚନାଯୋଗ୍ୟ, ଉନାଦ୍‌କତ୍ ୨୦୧୦ରୁ ଆଇପିଏଲ୍ ଖେଳୁଛନ୍ତି ଏବଂ ଏହା ଚଳିତ ସିଜନ୍‌ରେ ତାଙ୍କର ୬ଷ୍ଠ ମ୍ୟାଚ୍ । ଶହେତମ ମ୍ୟାଚ୍ ଉନାଦକତ୍‌ଙ୍କ ପାଇଁ ସ୍ମରଣୀୟ ମଧ୍ୟ ହୋଇଛି । ସେ ୪ ଓଭର୍‌ରେ ୩୦ ରନ୍ ବ୍ୟୟରେ ୩ଟି ୱିକେଟ୍ ହାସଲ କରିଥିଲେ । ଏହା ସହିତ ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ସେ କୋହଲିଙ୍କୁ ଆଉଟ୍ କରିଛନ୍ତି । ଏହା ବ୍ୟତୀତ ରଜତ ପାଟିଦାର ଓ ମହିପାଲ୍ ଲୋମରର୍‌ଙ୍କ ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking