33.1 C
Bhubaneswar
Friday, May 17, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କଟକ : କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବାବେଳେ ଦମ୍ପତ୍ତିଙ୍କୁ ଧକ୍କା ଦେଇଛି ଟ୍ରକ୍ । ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ଵାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦମ୍ପତ୍ତି ଗତିରାଉତପାଟଣାର ବୋଲି ଜଣାପଡିଛି। ଆଜି ସକାଳୁ ସ୍ଵାମୀ ଏବଂ ସ୍ତ୍ରୀ ସ୍କୁଟି ଯୋଗେ କଟକ ଆସୁଥିବାବେଳେ ଦୁର୍ଗା ମଣ୍ଡପ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ପଛରେ ବସିଥିବା ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ସ୍ଵାମୀ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। ଖବର ପାଇଁ ଚାଉଳିଆଗଞ୍ଜ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking