32.1 C
Bhubaneswar
Friday, April 26, 2024
Homeଓଡିଶାଶୁଭଦୀପ ଆମଗାଁ -ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚିତ    

ଶୁଭଦୀପ ଆମଗାଁ -ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚିତ    

ଯାଜପୁର: ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଡ଼ୁବୁରୀ ଗ୍ରାମ ରେ ଶୁଭଦୀପ ଆମ ଗାଁ ଡ଼ୁବୁରୀ ପୁସ୍ତିକା ଉନ୍ମୋଚନ ହୋଇଛି l ଡ଼ୁବୁରୀ ଗ୍ରାମର ସମାଜସେବୀ, ସାହିତ୍ୟlନୁରାଗୀ ଓ ଆଧ୍ୟାତ୍ମିକବାଦୀ ପୂର୍ଣଚନ୍ଦ୍ର ସାହୁଙ୍କ ରଚିତ ଶୁଭଦୀପ ଆମଗାଁ – ଡ଼ୁବୁରୀ ପୁସ୍ତିକା ଉନ୍ନ୍ମୋଚନ ଉଛବ ଡ଼ୁବୁରୀ ପଥପ୍ରାନ୍ତ ସେବା କେନ୍ଦ୍ରଠାରେ କୋଭିଡ ନିୟମ ପାଳନ କରାଯାଇ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l ଏହି ଉଛବ ରେ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାକରି ଥିଲେ ଏହି ସମାବେଶରେ ଡ଼ୁବୁରୀ କପିଳେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଯତୀନ କୁମାର ତ୍ରିପାଠୀ ମୁଖ୍ୟଅତିଥି, ଶିକ୍ଷାବିତ ଅଲେଖ ପ୍ରସାଦ ଯେନା ଓ ଯୁବନେତା ଜୟନ୍ତ କୁମାର ରାଉତ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁସ୍ତିକାକୁ ଉନ୍ନ୍ମୋଚନ କରିଥିଲେ l ପୁସ୍ତିକାର ରଚୟିତା ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ l କଳିଙ୍ଗନଗର ବଣିକ ସଙ୍ଘ ସଭାପତି ସୁଧାଂଶୁ ଦେଓ, ସମ୍ପାଦକ ସୁକୁମାର ଜେନା, ସାମ୍ବାଦିକ ବିଶ୍ୱନାଥ ସାହୁ ଓ ସଂଜୀବ ମହାନ୍ତ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ l କଳିଙ୍ଗନଗର ଶିଳ୍ପାଞ୍ଚଳର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ବହୁ ପୁରାତନ ଡ଼ୁବୁରୀ ଗ୍ରାମର ଉତ୍ପତ୍ତି, ସ୍ୱତନ୍ତ୍ରତା, ଗ୍ରାମ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବ୍ୟକ୍ତିବିଶେଷ, ବିଭିନ୍ନ ସାହିର ପ୍ରତିଷ୍ଠl, ଗ୍ରାମର ବିଭିନ୍ନ ଅନୁଷ୍ଠାନ, ଦେବାଦେବୀ ମନ୍ଦିର, ଗ୍ରାମରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରା,ଗ୍ରାମର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଦେବlଦେବୀ ମନ୍ଦିର ପ୍ରତିଷ୍ଠାରେ ମୁଖ୍ୟ ପୁରୋଧା ଥିବା ବ୍ୟକ୍ତିବିଶେଷ ଆଦିଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି l ଏଥିରେ ଅବତାରଣା କରାଯାଇଥିବା ତଥ୍ୟାବଳୀ ଗ୍ରାମର ଐତିହ୍ୟ ଓ ପରମ୍ପରାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବାସହ ଯୁବପିଢିଙ୍କୁ ପ୍ରେରଣାର ଉତ୍ସ ଯୋଗାଇବାରେ ସହାୟକ ହେବବୋଲି ଏହି ଅବସରରେ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ l ସାମ୍ବାଦିକ ସରୋଜ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ l

[: ରିପୋର୍ଟ ଅଭିମନ୍ୟୁ ମିଶ୍ର, ଓଏନଏ, ଯାଜପୁର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking