30.1 C
Bhubaneswar
Monday, May 6, 2024
Homeଓଡିଶାଡକାୟତି ଘଟଣାରେ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଗିରଫ

ଡକାୟତି ଘଟଣାରେ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଗିରଫ

ଯାଜପୁର : ବରୀ ଥାନା କୃଷ୍ଣନଗର ଗ୍ରାମରେ ଗତ 28 ତାରିଖ ରାତିରେ ଜଣକ ଘରୁ ଡକାୟତି ଘଟଣାରେ ପୋଲିସ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରୀ ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଛି । ସୂଚନା ଅନୁଯାୟୀ କୃଷ୍ଣନଗର ଗ୍ରାମର କାଞ୍ଚନ ଶୁକ୍ଳଙ୍କ ଘରୁ ଗତ 28 ତାରିଖ ବିଳମ୍ବିତ ରାତିରେ ଡକାୟତି ହୋଇଥିଲା । ଡ଼କାୟତମାନେ କାଞ୍ଚଙ୍କ ଘର ଗ୍ରିଲ ତାଡି ଘରେ ପଶିବା ସହ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟିନେଇଥିଲେ । ଏନେଇ ବରି ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ପରେ ଏହି ଘଟଣାରେ ସଂପୃକ୍ତ 6 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ସୁନା ଅଳଙ୍କାର ଓ ନଗଦ ଟଙ୍କା ଜବତ କରାଯାଇଥିବା ଯାଜପୁର ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking