28.1 C
Bhubaneswar
Thursday, March 28, 2024
Homeଅପରାଧଜମିଜମାକୁ ନେଇ ମାଆକୁ ଆକ୍ରମଣ କଲା ପୁଅ

ଜମିଜମାକୁ ନେଇ ମାଆକୁ ଆକ୍ରମଣ କଲା ପୁଅ

ଜଳେଶ୍ବର – ସମ୍ପତ୍ତି ପାଇଁ ମାଆର ମମତା ପୁଅ ପାଇଁ ପାଲଟିଛି ରକ୍ତର ଗାର। ଆଉ ଏହାକୁ ପ୍ରତିବାଦ କରୁଥିବା ସାନଭାଇ ନାମରେ ଅପପ୍ରଚାର କରିଛନ୍ତି ମଝିଆ ଭାଇ ବୋଲି ଅଭିଯୋଗ କରିଛନ୍ତି ମାଆ ଓ ସାନପୁଅ।ଏହାକୁ ନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ତେବେ ଘଟଣାଟି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଳକ କାଳିପଦା ବଜାର ସାରଦା ମଣି ଦାସଙ୍କର। ଗୁଣିଗାରେଡି ନୁହେଁ ବରଂ ଜମିଜମା ବିବାଦକୁ ନେଇ ମୋର ସାନପୁଅ ନିତ୍ଯନନ୍ଦ ଏବଂ ମୋ ଉପରେ ଆକ୍ରମଣ ହୋଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ବୃଦ୍ଧା ମାଆ ସାରଦାମଣି ଏଭଳି ବୟାନ ରଖିଛନ୍ତି । ମଝିଆଁ ପୁଅର ଆକ୍ରମଣରେ ସାରଦାମଣିଙ୍କ ହାତ ଜଖମ ହୋଇଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ସାନପୁଅ ନିତ୍ଯନନ୍ଦର ହାତ ମଧ୍ଯ ଭାଙ୍ଗିଥିବା ଅଭିଯୋଗ କରି କହିଛନ୍ତି । କାଳିପଦା ବଜାର କମିଟିର ସଭାପତି ନିତ୍ଯନନ୍ଦ ଦାସଙ୍କର 92 ବର୍ଷୟା ବୃଦ୍ଧା ମାଆ ଶାରଦାମଣି ଦାସ। କିଛିଦିନ ତଳେ ନିତ୍ଯନନ୍ଦ ଗୁଣି ଗାରେଡ଼ି କରୁଥିବା ଏକ ମିଛ ଭିଡିଓ ଭାଇରାଲ କରାଯାଇ ତାଙ୍କୁ ବଦନାମ କରିବା ପାଇଁ ଉଦ୍ଯମ କରାଯାଇଥିଲା। ତେବେ ଏହାକୁ କେନ୍ଦ୍ର କରି ତାଙ୍କ ବଡଭାଇ ଭଗବାନ ଦାସ ଓ ପୁତୁରା ବଳରାମ ଦାସଙ୍କ ଉପରେ ନିତ୍ଯନନ୍ଦଙ୍କ ପରିବାର ପକ୍ଷରୁ ଆକ୍ରମଣ ହୋଇଥିବା ବାଲିଆପାଳ ଥାନାରେ ଅଭିଯୋଗ ହୋଇଛି। ଅପରପକ୍ଷରେ ବଡପୁଅ ଭଗବାନ ଓ ନାତୀ ବଳରାମ ତାଙ୍କୁ ଏବଂ ନିତ୍ଯନନ୍ଦଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଭଳି ଅନ୍ୟଏକ ଘଟଣା ବାଲିଆପାଳ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ମାଆ ସାରଦାମଣି ଦାସ। ଆଜି ଏ ସମ୍ପକରେ ମୁହଁ ଖୋଲି କହଛନ୍ତି ମାଆ ସାରଦାମଣି। ସେ କହିଛନ୍ତି ତାଙ୍କର ତିନିପୁଅ ରାଧାନାଥ, ଭଗବାନ, ଓ ନିତ୍ଯନନ୍ଦ। ତିନି ପୁଅଙ୍କ ମଧ୍ୟରେ ସମସ୍ତ ଜମିବାଡି ଗ୍ରାମ ପଞ୍ଚାୟତ ଆଧାରରେ ସମାନ ଭାବେ ବଣ୍ଟନ ହୋଇଛି। ରାଧାନାଥ ଓ ନିତ୍ଯନନ୍ଦ ତାଙ୍କ କଥା ବୁଝୁଥିବା ବେଳେ ଭଗବାନ କିଛି ବୁଝନ୍ତି ନାହିଁ। ନିତ୍ଯନନ୍ଦ ନିଜ ଭାଗରେ ପଡିଥିବା ଜମିରେ ଗୃହ ନିର୍ମାଣ କରିଥିବା ବେଳେ ଭଗବାନ ଏବଂ ତାଙ୍କ ପୁଅ ତାଙ୍କୁ ବିରୋଧ କରି ଆସୁଛନ୍ତି। ନିତ୍ଯନନ୍ଦ ବହୁ ଦିନରୁ ମା’ କାଳୀଙ୍କର ଭକ୍ତ ଏବଂ ନିଜେ ପୂଜାର୍ଚ୍ଚନା କରନ୍ତି। ଜ୍ଯୋତିଷ ଶାସ୍ତ୍ରରେ ମଧ୍ଯ ତାଙ୍କର ପାରଙ୍ଗମତା ରହିଛି। ତାଙ୍କ ପାଖକୁ ଅନେକ ଲୋକ ବିଭିନ୍ନ ସମସ୍ଯା ନେଇ ବୁଝାବୁଝି ପାଇଁ ଆସନ୍ତି। ସେମାନେ ଖୁସିରେ ଯାହା ଅର୍ଥ ଦିଅନ୍ତି ସେହି ଅର୍ଥରେ ସେ କାଳିପଦା ବଜାରରେ ଏକ କାଳୀମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ନିର୍ମାଣ କରି ପାରିଛନ୍ତି। ମନ୍ଦିରର ଦୈନନ୍ଦିନ ପୂଜାର୍ଚ୍ଚନା ସାଙ୍ଗକୁ ଅନ୍ୟାନ୍ୟ ପର୍ବପର୍ବାଣୀର ଯାହା ଖର୍ଚ୍ଚ ହୁଏ ସେ ସବୁ ନିତ୍ଯନନ୍ଦ ବୁଝନ୍ତି। ଜମିଜମା ବିବାଦକୁ ଆଳକରି ନିତ୍ଯନନ୍ଦ ଓ ତାଙ୍କ ଉପରେ ଆକ୍ରମଣ ହୋଇଛି। ତାଙ୍କୁ ଜୀବନରୁ ମାରି ଦେଲେ ଜମି ବାଡ଼ି ସମସ୍ଯାର ସବୁ ସମାଧାନ ହୋଇ ଯିବ ବୋଲି ଆକ୍ରମଣକାରୀଙ୍କ ଧାରଣା ବୋଲି କହିଛନ୍ତି ବୃଦ୍ଧା ମାଆ ସାରଦାମଣି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking