26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶସଡକ ଦୁର୍ଘଟଣା : ୨୧ଯବାନ ଆହତ

ସଡକ ଦୁର୍ଘଟଣା : ୨୧ଯବାନ ଆହତ

ନୂଆଦିଲ୍ଲୀ : ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ହେମାଗାର୍ଡ ଓ ପୁଲିସ କର୍ମଚାରୀ ସମତେ ୪୦ଜଣ ଯବାନଙ୍କୁ ନେଇ ଆସୁଥିବା ଏକ ବସ୍ ବୈତୁଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯବାନମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ଏସ୍‌ଡିପିଓ ଶାଲିନୀ ପାରସ୍ତେ ଏହି ଦୁର୍ଘଟଣାକୁ ନେଇ କହିଛନ୍ତି, ଶନିବାର ସକାଳ ପ୍ରାୟ ୪.୧୫ ସମୟରେ ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ବସରେ ରାଜଗଡ ଜିଲ୍ଲାର ୫ଜଣ ପୁଲିସ କର୍ମଚାରୀ ଓ ହେମଗାର୍ଡ ରହିଥିଲେ। ଏ ସମସ୍ତେ ଛିନ୍ଦୱାଡାରୁ ନିର୍ବାଚନ ଡ୍ୟୁଟି ସାରି ରାଜଗଡକୁ ଫେରୁଥିଲେ, କିନ୍ତୁ ବୈତୁଲ ନିକଟରେ ଏକ ଟ୍ରକ ସହିତ ସେମାନଙ୍କ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସାମାନ୍ୟ ଆହତ ହୋଇଥିବା ଯବାନମାନଙ୍କୁ ଶାହପୁରର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି। ଏଥିସହ ଗୁରୁତର ଆହତ ହୋଇଥିବା ୮ଜଣ ଯବାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking