27.1 C
Bhubaneswar
Wednesday, April 29, 2026
Homeଓଡିଶାସ୍କ୍ରବ ଟାଇଫସ ରୋଗନେଇ ସମୀକ୍ଷା ବୈଠକ

ସ୍କ୍ରବ ଟାଇଫସ ରୋଗନେଇ ସମୀକ୍ଷା ବୈଠକ

ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନିଅନ୍ତୁ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର  – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ନୀଳକଣ୍ଠ ମିଶ୍ର ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ବିଜୟ କୁମାର ମହାପାତ୍ରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜ଼ିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଆଭାସୀ ମାଧ୍ୟମରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ରୋଗର ସାମ୍ପ୍ରତିକ ପରିସ୍ଥିତି ବିଶେଷକରି ସ୍କ୍ରବ ଟାଇଫସ ରୋଗର କାରଣ ଓ ଏହାର ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଅଛି ।
ସୂଚନା ଯୋଗ୍ୟ ଯେ, ସ୍କ୍ରବ ଟାଇଫସ ଏକ ପ୍ରକାର କୀଟର ଦଂଶନ (କାମୁଡିବା) ଯୋଗୁଁ ହୋଇଥାଏ। ଜ୍ୱର, ମୁଣ୍ଡବିନ୍ଧା, ଦେହରେ ESCHAR ଭଳି ଘା, ଶରୀରପୀଡ଼ା, ଦେହରେ ଲାଲ ଲାଲ ହୋଇ ଫଳିଯିବା ହେଉଛି ସ୍କ୍ରବ ଟାଇଫସର ଲକ୍ଷଣ। ଏହି ସବୁ ଲକ୍ଷଣ ଦେଖାଗଲେ କିମ୍ବା ଜ୍ୱର ବହୁତଦିନ ଧରି ଲାଗିରହିଲେ “ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାର” ମାନଙ୍କରେ ELISA ପଦ୍ଧତି ଦ୍ୱାରା ରକ୍ତ ପରୀକ୍ଷା କରି ରୋଗ ନିରୂପଣ କରାଯାଇପାରିବ। ଠିକ ସମୟରେ ଚିକିତ୍ସା କରାଗଲେ ରୋଗୀଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇପାରିବ। ରକ୍ତ ପରୀକ୍ଷା ସୁବିଧା, ରୋଗ ନିରୂପଣ ଓ ଔଷଧ ସମସ୍ତ ଜ଼ିଲ୍ଲାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିଛି।
ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ବିଭିନ୍ନ ସମୟରେ ପ୍ରକାଶିତ ନିର୍ଦ୍ଦେଶାବଳୀ ସବୁକୁ କାର୍ଯ୍ୟକାରୀ କରିବା ପାଇଁ ଜ଼ିଲ୍ଲା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୌଣସି ବି ରୋଗ ନ ବଢିବା ପାଇଁ ବିଭିନ୍ନ ମାଧ୍ୟମରେ ଜନସଚେତନତାକୁ ବ୍ୟାପକ କରିବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଜ଼ିଲ୍ଲା କର୍ତ୍ତୃପକ୍ଷଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking