30.1 C
Bhubaneswar
Saturday, October 3, 2026
Homeଓଡିଶାଜନଜାତି ଭାଷା ଓ ସାହିତ୍ୟର ସଂରକ୍ଷଣ ପାଇଁ ସରକାର ପ୍ରତିବଦ୍ଧ - ମୁଖ୍ୟମନ୍ତ୍ରୀ

ଜନଜାତି ଭାଷା ଓ ସାହିତ୍ୟର ସଂରକ୍ଷଣ ପାଇଁ ସରକାର ପ୍ରତିବଦ୍ଧ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ସାନ୍ତାଳୀ ଭାଷା ବିଶେଷଜ୍ଞ କମିଟିର ସଦସ୍ୟ ଓ ବିଭିନ୍ନ ସଂଗଠନର ସଂଯୋଜକମାନେ ସାକ୍ଷାତ କରି ସାନ୍ତାଳୀ ଭାଷାର ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସାନ୍ତାଳୀ ଭାଷାକୁ ଅଲଚିକି ଲିପି ମାଧ୍ୟମରେ ସଂଖ୍ୟାଲଘୁ ଭାଷାର ମାନ୍ୟତା ଏବଂ ଶୈକ୍ଷିକ ସୁବିଧା ପ୍ରଦାନ ନିମନ୍ତେ ପ୍ରତିନିଧିମଣ୍ଡଳ ସ୍ମାରକପତ୍ର ପ୍ରଦାନ କରିବା ପରେ, ମୁଖ୍ୟମନ୍ତ୍ରୀ ସେମାନଙ୍କର ପ୍ରତ୍ୟେକଟି ଦାବିକୁ ଅତ୍ୟନ୍ତ ଗମ୍ଭୀରତା ଓ ସହାନୁଭୂତିର ସହ ଶୁଣିଥିଲେ। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆମ ଦେଶର ସର୍ବୋଚ୍ଚ ପଦବୀ ଅର୍ଥାତ୍ ମହାମହିମ ରାଷ୍ଟ୍ରପତି ଆସନରେ ଜଣେ ସାନ୍ତାଳୀ ନାରୀ- ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅଳଙ୍କୃତ ହୋଇଛନ୍ତି, ଯାହାକି ସମଗ୍ର ସାନ୍ତାଳୀ ସମାଜ ସମେତ ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଏହାଦ୍ୱାରା ସାନ୍ତାଳୀ ଭାଷା, ସଂସ୍କୃତି ଓ ଜନଜାତିର ପରିଚୟ ଆଜି ବିଶ୍ୱସ୍ତରରେ ଅଧିକ ପ୍ରଭାବଶାଳୀ ଏବଂ ଗରିମାମୟ ବୋଲି ସେ ମତପ୍ରକାଶ କରିଥିଲେ। ସାନ୍ତାଳୀ ଭାଷାକୁ NEP-2020 ର ତ୍ରିଭାଷୀ ସୂତ୍ର ଅନ୍ତର୍ଗତ ୧ମରୁ ୧୦ମ ଶ୍ରେଣୀ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ MIL ତଥା ଇଲେକ୍ଟିଭ୍ ଭାବେ ପ୍ରଚଳନ କରିବା, ଶିକ୍ଷକ ନିଯୁକ୍ତି ଏବଂ ବାରିପଦା, ବାଲେଶ୍ୱର ଓ ଆନନ୍ଦପୁରର ଶିକ୍ଷକଶିକ୍ଷା ମହାବିଦ୍ୟାଳୟରେ ବି.ଇଡି. ପାଇଁ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା ନେଇ ରହିଥିବା ଦାବିଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇ କହିଥିଲେ ଯେ ରାଜ୍ୟ ସରକାର ଜନଜାତି ଭାଷା ଓ ସାହିତ୍ୟର ସଂରକ୍ଷଣ ପାଇଁ ସର୍ବଦା ପ୍ରତିବଦ୍ଧ। ବିଶେଷଜ୍ଞ କମିଟିର ସୁପାରିଶ ଏବଂ ସାନ୍ତାଳୀ ସମ୍ପ୍ରଦାୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ସମସ୍ତ ଯଥୋଚିତ ତଥା ସକାରାତ୍ମକ ପଦକ୍ଷେପ ଖୁବଶୀଘ୍ର ଗ୍ରହଣ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ବୈଠକରେ ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରା, କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ସଂଯୋଜକ ଶ୍ରୀ ଚୈତନ୍ୟ ମାଝୀ, ପୂର୍ବତନ ବୈଶିଙ୍ଗା ବିଧାୟକ ଶ୍ରୀ କାନ୍ଦ୍ରା ସୋରେନ, ପୂର୍ବତନ IAS ଶ୍ରୀ ଧନଞ୍ଜୟ ହେମ୍ବ୍ରମ, ଡଃ ନାକୁ ହାଁସଦା, ପୂର୍ବତନ IRS ଶ୍ରୀ ଉଦୟନାଥ ମାଝୀ ଓ ଶ୍ରୀ ସୋମନାଥ ହାଁସଦାଙ୍କ ସମେତ ଅନେକ ସାନ୍ତାଳୀ ଭାଷା ବିଶେଷଜ୍ଞ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking