26.1 C
Bhubaneswar
Tuesday, May 7, 2024
Homeଓଡିଶାଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଶିବିରରୁ ୧୪୭୭ ୟୁନିଟ୍ ରକ୍ତ ସଂଗୃହୀତ

ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଶିବିରରୁ ୧୪୭୭ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ଆନୁକୁଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ସମୁଦାୟ ୪୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣା ଜେନା ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ୪ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ସେଥିମଧ୍ୟରୁ ନୟାପଲ୍ଲୀ ୱାଇଏମସିଏ ରୁ ୩୦୦ ୟୁନିଟ ସତ୍ୟନଗର ବ୍ଲାଇଣ୍ଡ ଆସୋସିଏସନ ରୁ ୩୦୦ ୟୁନିଟ୍‌, ଗଣେଷ ମଣ୍ଡପ ୟୁନିଟ୍‌-୧ରୁ ୧୩୧ ୟୁନିଟ୍ ଏବଂ ଏସଜି ଆଇ ହସ୍ପିଟାଲ ଠାରେ ଅନୁଷ୍ଠିତ ଶିବିରରୁ ୩୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ସତ୍ୟନଗର ବ୍ଲାଇଣ୍ଡ ଆସୋସିଏସନ୍ ଠାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଶତଜଣ ଭିନକ୍ଷମ ସ୍ୱତପ୍ରବୃତ ଆସି ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ଦୃଷ୍ଟିହୀନ ହୋଇଥିଲା ବେଳେ ଜଣେ ମୂକ ବଧିର ଏବଂ ଦୁଇଜଣ ଶାରୀରିକ ଭିନ୍ନକ୍ଷମ ଅଟନ୍ତି । ସେମାନେ ସେଠାରେ ସମସ୍ତଙ୍କ ପାଇଁ ପ୍ରେରାଣା ପାଲଟିଥିଲେ । ସମସ୍ତ ଯୋଗ୍ୟ ବ୍ୟକ୍ତି ଆଗକୁ ଆସି ରକ୍ତଦାନ ଭଳି ମହତ କାର୍ଯ୍ୟ କରନ୍ତୁ ବୋଲି ସେମାନେ ସେଠାରେ ମତବ୍ୟକ୍ତ କରିଥିଲେ ।

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଏହି ଚାରୋଟି ଶିବିର ଗୁଡ଼ିକରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ମୁଜିବୁଲ୍ଲ।। ଖାଁ ଓଡ଼ିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ବଡ଼ସା ବିଧାୟକ ଦେବୀ ପ୍ରସାଦ ମିଶ୍ର, କେନ୍ଦ୍ରାପଡ଼ା ବିଧାୟକ ଶଶି ଭୁଷଣ ବେହେରା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁର ରାଉତ, କଟକ ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର କାର୍ଯ୍ୟକାରୀ ସଭ୍ୟସତି ବିରଞ୍ଚି ନାରାୟଣ ମହାସୁପକାର ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ଜୀବନବିନ୍ଦୁ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ । ଏହି ଶିବିରୁ ଗୁଡ଼ିକୁ ଭୁବନେଶ୍ୱର (ମଧ୍ୟ) ସଂଯୋଜକ ନନ୍ଦ କିଶୋର ବେହେରା ସଂଯୋଜନା କରିଥିଲେ ।

ସେହିପରି ବରଗଡ଼ ଟାଉନ ଠାରେ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଛି । କେବଳ ମହିଳାମାନେ ରକ୍ତଦାନ କରିଥିବା ଏହି ଶିବିରରୁ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଶିବିରକୁ ଅତାବିରା ବିଧାୟକ ତଥା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗୀନୀ ଛୁରିଆ ଉଦ୍‌ଘାଟନ କରିଥିଲେ ।

କଟକ ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ଦ୍ୱାରା କଟକ ବାରବାଟି ଷ୍ଟାଡ଼ିୟମଠାରେ ଆୟୋଜିତ ଅନ୍ୟ ଏକ ଶିବିରରୁ ୮୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଏହି ଶିବିରକୁ ଓଡ଼ିଶା ମୋ ପରିବାର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ବଡ଼ମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ମହାକାଳପଡ଼ା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ କଟକ ବାରବାଟି ପୂର୍ବତନ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ । କଟକ ନଗର ସଂଯୋଜକ ଶ୍ରୀ ରଂଜନ ବିଶ୍ୱାଳ ସଂଯୋଜନା ଶିବିରଟିକୁ ସଂଯୋଜନା କରିଥିଲେ । ଅନ୍ୟ ଶିବିର ମଧ୍ୟରୁ ଗଞ୍ଜାମ ଜିଲ୍ଲା କୋଳଥିଆଗାଁ ଶିବିରରୁ ୫୨ ୟୁନିଟ, ରାୟଗଡ଼ା ଜିଲ୍ଲା ନିଜ ନାଳନ ଶିବିରରୁ ୬୧ ୟୁନିଟ, ପୁରୀ ଜିଲ୍ଲା ଗୋପ ଶିବିରରୁ ୪୨ ୟୁନିଟ୍ ବାଲେଶ୍ୱର ଜିଲ୍ଲା ପଥରପେଣ୍ଟା ଶିବିରରୁ ୪୦ ୟୁନିଟ୍ ସଂଗ୍ରହ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ମହିଷାସୁର ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଶିବିରରୁ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇ ସର୍ବମୋଟ ୧୪୭୭ ରକ୍ତ ସଂଗ୍ରହ ହୋଇଛି । ସମସ୍ତ ରକ୍ତଦାତା ତଥା ଆୟୋଜକ ମାନଙ୍କୁ ଓଡ଼ିଶା-ମୋ ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking