38.1 C
Bhubaneswar
Friday, May 3, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମେନପୁରୀରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ତେବେ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଟ୍ରାକ୍ଟର ଓ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୧୨ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ସୂଚନା ଅନୁଯାୟୀ, ଟ୍ରାକ୍ଟରର ଲାଇଟ ଖରାପ ହୋଇଯିବା କାରଣରୁ ଡ୍ରାଇଭର ଜଣଙ୍କ ରାସ୍ତା କଡରେ ଗାଡିକୁ ଠିଆ କରି ମରାମତି କରୁଥିଲେ । ଭୋର ୪.୩୦ ସମୟରେ ଏକ ଟ୍ରକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟରର ଟ୍ରଲି ଓଲଟି ପଡିଥିଲା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ ଆହତ ହୋଇଥିଲେ । ତେବେ ଟ୍ରାକ୍ଟରରେ ଥିବା ଲୋକେ ନାମକରଣ ଉତ୍ସବରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking