33.1 C
Bhubaneswar
Friday, May 17, 2024
Homeଓଡିଶାନଦୀକୁ ଡେଇଁଲା ଛାତ୍ର

ନଦୀକୁ ଡେଇଁଲା ଛାତ୍ର

ପାରାଦୀପ : ନଦୀକୁ ଡେଇଁଲା ଦଶମ ଶ୍ରେଣୀ ଛାତ୍ର । ସୂଚନା ଅନୁଯାୟୀ, ବୁଧବାର ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ଜଣେ ଦଶମ ଶ୍ରେଣୀ ଛାତ୍ର ବାଳକ କାଉଡ଼ିଆ ନଦୀକୁ ଡେଇଁପଡିଛନ୍ତି । ନଦୀକୁ ଡେଇଁପଡିଥିବା ପିଲାଟି ଗୋପୀନାଥ କଲୋନୀର ଦିବାକର ମାନସିଂହଙ୍କ ପୁଅ ତ୍ରିଲୋଚନ ମାନସିଂହ ବୋଲି ଜଣା ପଡିଛି । ସୂତ୍ରରୁ ପ୍ରକାଶ ଯେ, ତ୍ରିଲୋଚନ ସାଇକେଲ ଯୋଗେ ନଦୀନିକଟକୁ ଆସି ବ୍ରିଜ୍‌ ଉପରେ ସାଇକେଲ, ଡ୍ରେସ୍‌, ମୋବାଇଲ, ଜୋତା ରଖି ନଦୀକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ତୁରନ୍ତ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିବାକୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଦଳକୁ ସୂଚନା ଦେଇଥିଲେ । ଓଡ୍ରାଫ୍‌ ଦଳ ସର୍ଚ୍ଚ ଅପରେସନ୍ ଜାରିରଖିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନିଖୋଜ ବାଳକ ବିଷୟରେ କୌଣସି ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking