28.1 C
Bhubaneswar
Saturday, April 27, 2024
Homeଓଡିଶାବେଲଗାମ୍ ସଂକ୍ରମଣ, ବେଫିକର ଜନତା

ବେଲଗାମ୍ ସଂକ୍ରମଣ, ବେଫିକର ଜନତା

ଭୁବନେଶ୍ୱର: କରୋନା ସଂକ୍ରମଣ ରାଜ୍ୟ ତଥା ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ବଢ଼ିଚାଲିଥିବାବେଳେ ଲୋକଙ୍କ ବେଫିକର ମନୋଭାବ ଅଧିକ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ବିଏମସି ପକ୍ଷରୁ ଜାରି ହୋଇଥିବା କଟକଣା କାଗଜ କଲମରେ ସୀମିତ ହୋଇ ରହିଛି ।

ରାଜଧାନୀରେ କାଁ ଭାଁ କିଛି ବ୍ୟକ୍ତିଙ୍କୁ ବାଦ୍ ଦେଲେ କେହି ମାସ୍କ ପରିଧାନ କରୁନଥିବା ଦେଖିବାକୁ ମିଳୁଛି । ସେହିପରି ୨ମିଟର ଦୂରତା ସାମାଜିକ ଦୂରତା ରକ୍ଷା କରିବା ଆଦି କଟକଣାକୁ ମଧ୍ୟ ରାଜଧାନୀବାସୀ ଫୁ’ କରି ଦେଉଛନ୍ତି । ବର୍ତ୍ତମାନ ଶ୍ରୀ ଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରା ଅବସରରେ ବିଭିନ୍ନ ମନ୍ଦିର ତଥା ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି ।

ସେହିପରି ବାହୁଡ଼ାଯାତ୍ରା ମଧ୍ୟ ଆଗକୁ ରହିଛି । ତେବେ ହାଟ ବଜାର, ରେଳଷ୍ଟେସନ୍‌,ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ କେହି କଟକଣାକୁ ଗୁରୁତ୍ୱ ଦେଉନାହାନ୍ତି । ଏଣେତେଣେ ପାନ ଛେପ ନ ପକାଇବା, ଥଣ୍ଡା କାଶ ଆଦି ଲକ୍ଷଣ ପ୍ରକାଶ ପାଇଲେ ସଂଗରୋଧରେ ଆଦି ନିୟମକୁ ମଧ୍ୟ ସହରବାସୀ ଅଣଦେଖା କରି ଦେଉଛନ୍ତି । ତେବେ ଏନେଇ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ବିଏମସି ପକ୍ଷରୁ ଏନେଇ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking