39.1 C
Bhubaneswar
Wednesday, April 24, 2024
Homeଓଡିଶା୩୦ ଦୋକାନରେ ବିଏମସିର ଚଢ଼ାଉ, ୭ହଜାର ଜରିମାନା ଆଦାୟ

୩୦ ଦୋକାନରେ ବିଏମସିର ଚଢ଼ାଉ, ୭ହଜାର ଜରିମାନା ଆଦାୟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର କରୁଥିବା ଦୋକାନଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି । ରାଜମହଲ ଠାରୁ ମାଷ୍ଟର କ୍ୟାଣ୍ଟିନ୍ ମଧ୍ୟରେ ଥିବା ୩୦ଟି ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ୮ଜଣ ବ୍ୟବସାୟୀଙ୍କ ଠାରୁ ମୋଟ ୭ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି । ଏହି କ୍ରମରେ ୧୫ କେଜି ପଲିଥିନ ମଧ୍ୟ ଜବତ କରାଯାଇଥିବା ସୂଚନା ରହିଛି । ତେବେ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ପକ୍ଷରୁ ଏପରି ଚଢ଼ାଉ ଜାରି ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଜୁଲାଇ ୧ ଠାରୁ ଏକକ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ବିଏମସି ପକ୍ଷରୁ ରୋକ୍ ଲଗାଇଯାଇଛି । ଏହି କ୍ରମରେ ପ୍ଲାଷ୍ଟିକ୍ ଷ୍ଟ୍ର, ସାଜସଜ୍ଜା ପାଇର୍ ବ୍ୟବହୃତ ହେଉଥିବା ସୋଲ, ୭୫ ମାଇକ୍ରୋନ ଠାର କମ୍ ପ୍ଲାଷ୍ଟିକ୍ ବ୍ୟାଗ, ପ୍ଲାଷ୍ଟିକ୍ କାଠି ଲାଗିଥିବା ଇୟରବଡ଼୍‌, ପ୍ଲାଷ୍ଟିକ୍ ପତାକା, କ୍ୟାଣ୍ଡି ଏବଂ ଆଇସ୍କ୍ରିମ୍‌ରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍ ଷ୍ଟିକ୍‌, ପ୍ଲାଷ୍ଟିକ୍ ପ୍ଲେଟ୍‌, କପ୍‌, ଚାମଚ, ଫର୍କ, ଟ୍ରେ, ପ୍ଲାଷ୍ଟିକ୍ ନିମନ୍ତ୍ରଣ ପତ୍ର, ସିଗାରେଟ୍ ପ୍ୟାକେଟ୍‌, ପ୍ଲାଷ୍ଟିକ୍ ଏବଂ ପିଭିସି ବ୍ୟାନର୍ ଆଦି ବ୍ୟବହାରକୁ ନିଷିଦ୍ଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking