40.1 C
Bhubaneswar
Thursday, April 25, 2024
Homeଅପରାଧଜୁନ୍ ମାସ ସାଇବର ରିପୋର୍ଟ: କୋଟିଏରୁ ଊର୍ଦ୍ଧ୍ୱ ଠକେଇ, ୫ ଲକ୍ଷ ଫେରସ୍ତ

ଜୁନ୍ ମାସ ସାଇବର ରିପୋର୍ଟ: କୋଟିଏରୁ ଊର୍ଦ୍ଧ୍ୱ ଠକେଇ, ୫ ଲକ୍ଷ ଫେରସ୍ତ

ଭୁବନେଶ୍ୱର: ସାଇବର ଅପରାଧ କମିବା ବଦଳରେ ବଢି ବଢି ଚାଲିଛି । ଯାହା ଜୁନ୍ ମାସର ସାଇବର ରିପୋର୍ଟରୁ ସୂଚନା ମିଳୁଛି । ସାଇବର ହେଲ୍ପ ଡେସ୍କରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ସାଇବର ଠକ ମାନେ କେବଳ ଜୁନ୍ ମାସରେ ଏକ କୋଟି ୬ ଲକ୍ଷ ୭୬୯ ଟଙ୍କା ଠକି ନେବାରେ ସଫଳ ହୋଇଛନ୍ତି । ପୋଲିସ ଜୁନ୍ ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀଙ୍କୁ ମୋଟ୍ ୫ ଲକ୍ଷ ୩୬ ହଜାର ୧୦୧ ଟଙ୍କା ଫେରସ୍ତ କରିବା ସହ ୩ ଲକ୍ଷ ୪୬ ହଜାର ୭୮୧ ଟଙ୍କା ବ୍ଲକ କରିଛ ।

ଭୁବନେଶ୍ୱର ଡିସିପି ଅଫିସ ସ୍ଥିତ ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ଜୁନ୍‌ମାସ ମଧ୍ୟରେ ହେଲ୍ପଲାଇନ ନମ୍ୱର-୭୪୪୦୦୦୬୭୦୯ ମାଧ୍ୟମରେ ସର୍ବମୋଟ ୩୯୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ଭୁବନେଶ୍ୱର ସହର ମଧ୍ୟରୁ କଲ ମାଧ୍ୟମରେ ୩୫୭ଟି ଅଭିଯୋଗ ଆସିଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ୩୩ଟି ଅଭିଯୋଗ କଲ ଗ୍ରହଣ କରାଯାଇଥିଲା । କେବଳ ଭୁବନେଶ୍ୱରରୁ ୧୪୪ଟି ୟୁପିଆଇ ଠକେଇ ଏବଂ ୬୯ଟି କ୍ରେଡିଟ୍‌/ଡେବିଟ୍ କାର୍ଡ ମାଧ୍ୟମରେ ଠକେଇ ରିପୋର୍ଟ ଏବଂ ଅନ୍ୟାନ୍ୟ ୩୩ଟି ଅନ୍‌ଲାଇନ୍ ଠକେଇ ଅଭିଯୋଗ ଏହି ହେଲ୍ପଡେସ୍କ ଗ୍ରହଣ କରିଥିଲେ ।

ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ଗତ ଜୁନ୍‌ମାସରେ ବିଭିନ୍ନ ଅଭିଯୋଗ ମାଧ୍ୟମରେ ମୋଟ ୧,୦୬,୭୬୯/-ଟଙ୍କାର ଠକେଇ ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ୦୨ଗୋଟି ମୋକଦ୍ଦମା ଭୁବନେଶ୍ୱରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା । ଗତ ଜୁନ୍ ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ସର୍ବ ମୋଟ ୫,୩୬,୧୦୧/-ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୩,୪୬,୭୮୧/-ଟଙ୍କା ବ୍ଲକ କରାଯାଇପାରିଛି ବୋଲି ଡେସ୍କ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking