29.1 C
Bhubaneswar
Saturday, May 4, 2024
Homeଓଡିଶାମହେଶ ସାହୁଙ୍କୁ ହିନ୍ଦୋଳ ଟିକେଟ

ମହେଶ ସାହୁଙ୍କୁ ହିନ୍ଦୋଳ ଟିକେଟ

ଭୁବନେଶ୍ୱର : ବିଜୁ ଜନତା ପକ୍ଷରୁ ସୋମବାର ବାକି ଥିବା ବିଧାନସଭା ଆସନରୁ ଆଉ କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟରେ ଆଉ କିଛି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବାକି ଥିବା ୧୨ ଆସନ ମଧ୍ୟରୁ ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୧ ଜଣଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଆହୁରି ୬ ଜଣଙ୍କ ନାମ ବାକି ଅଛି । ତେବେ ଆଜି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ମହେଶ ସାହୁଙ୍କୁ ହିନ୍ଦୋଳ ବିଧାନସଭା ଆସନ ପାଇଁ ଟିକେଟ ଦିଆଯାଇଛି । ମହେଶ ଏଠାରୁ ପ୍ରଥମ ଥର ପାଇଁ ଲଢିବେ । ସୀମା ନାୟକଙ୍କ ସ୍ଥାନରେ ମହେଶ ସାହୁ ହେଲେ ନୂଆ ପ୍ରାର୍ଥୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଟିକେଟ ବିଳମ୍ବ ହେବାରୁ ମେଳି କରି ଦଳକୁ ଚେତାବନୀ ଦେଇଥିଲେ ବିଧାୟିକା ସୀମାରାଣୀଙ୍କ ସମର୍ଥକ। ଏଠୁ ନିଜ ପ୍ରାର୍ଥୀ ଲଢେଇବାକୁ ହେଭିୱେଟ ସୁଧିର ସାମଲ ଓ ସାଂସଦ ମହେଶ ସାହୁ ଲବି କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଶେଷରେ ବିଜେଡି ମହେଶଙ୍କୁ ଟିକେଟ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking