29.1 C
Bhubaneswar
Saturday, May 4, 2024
Homeଓଡିଶାବାଜିମାରିଲେ ବିଶ୍ୱରଞ୍ଜନ, ସୁନନ୍ଦା କଟିଲେ

ବାଜିମାରିଲେ ବିଶ୍ୱରଞ୍ଜନ, ସୁନନ୍ଦା କଟିଲେ

ଭୁବନେଶ୍ୱର: ବିଜୁ ଜନତା ପକ୍ଷରୁ ସୋମବାର ବାକି ଥିବା ବିଧାନସଭା ଆସନରୁ ଆଉ କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ପର୍ୟ୍ୟାୟରେ ଆଉ କିଛି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବାକି ଥିବା ୧୨ ଆସନ ମଧ୍ୟରୁ ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୧ ଜଣଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଆହୁରି ୬ ଜଣଙ୍କ ନାମ ବାକି ଅଛି । ତେବେ ଆଜି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ବରୀ ବିଧାନସଭା ଆସନ ପାଇଁ ଟିକେଟ ଦିଆଯାଇଛି । ସୁନନ୍ଦା ଦାସଙ୍କ ବଦଳରେ ବିଜେଡି ବିଶ୍ୱରଞ୍ଜନଙ୍କୁ ବରୀରୁ ପ୍ରାର୍ଥୀ କରିଛି । ବରୀରେ ଦୁଇ ହେଭିୱେଟ ଦାବିଦାର ଥିଲେ ବିଧାୟିକା ସୁନନ୍ଦା ଦାସ ଓ ବିଶ୍ୱରଞ୍ଜ ମଲ୍ଲିକ। କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ସୁନନ୍ଦାଙ୍କ ସପକ୍ଷରେ ବାହାରିଥିଲେ ୩୨ ସରପଞ୍ଚ ଓ ୨୯ ସମିତି ସଭ୍ୟ। ସୁନନ୍ଦାଙ୍କ ସପକ୍ଷରେ ଯାଦବ ଭୋଟ ବ୍ୟାଙ୍କ ସହ ମହିଳା ଭୋଟ ରହିଛି। ଅନ୍ୟ ପଟେ ବିଶ୍ୱରଂଜନ ମଧ୍ୟ ସ୍ୱାଧୀନ ଭାବେ ଲଢି ବିପୁଳ ଭୋଟ୍ ପାଇଥିଲେ।  ତବେ ଏଠାରେ ଦଳ ସୁନନ୍ଦାଙ୍କୁ ମ୍ୟାନେଜ କରି ବିଶ୍ୱରଞ୍ଜନଙ୍କୁ ଟିକେଟ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking