30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶମାଳଦ୍ବୀପରେ ପୁଣି ସରକାର କରିବେ ମହମ୍ମଦ ମୁଇଜୁ

ମାଳଦ୍ବୀପରେ ପୁଣି ସରକାର କରିବେ ମହମ୍ମଦ ମୁଇଜୁ

ନୂଆଦିଲ୍ଲୀ: ମାଳଦ୍ବୀପ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦଳ ସ୍ପଷ୍ଟ ବହୁମତ ହାସଲ କରିଛି । ଏହି ଫଳାଫଳ ସହ ମହମ୍ମଦ ମୁଇଜୁ ଦେଶରେ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛନ୍ତି । ମାଳଦ୍ବୀପ ନିର୍ବାଚନ କମିଶନଙ୍କ ଦ୍ବାରା ଜାରି ତଥ୍ୟ ଅନୁସାରେ, ପ୍ରଥମ ପର୍ୟ୍ୟାୟରେ ଘୋଷିତ ୮୬ ଆସନ ମଧ୍ୟରୁ ୬୬ ଟିରେ ମୁଇଜୁଙ୍କ ନେତୃତ୍ବାଧୀନ ‘ପିପୁଲ୍ସ ନ୍ୟାସନାଲ କଂଗ୍ରେସ’ର ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି । ସ୍ଥାନୀୟ ସଂସଦରେ ମୋଟ ୯୩ ଆସନ ଥିବା ବେଳେ ଏବେ ସୁଦ୍ଧା ଫଳାଫଳ ଅନୁସାରେ, ମୁଇଜୁଙ୍କ ପାର୍ଟି ବହୁମତ ହାସଲ କରିସାରିଛି । ଆଗକୁ ପୂର୍ଣ୍ଣ ଆସନରେ ଫଳାଫଳ ଆସିବା ପରେ ଏହି ସଂଖ୍ୟା ଆହୁରି ବଢିପାରେ । ରବିବାର ମାଳଦ୍ବୀପ ସଂସଦୀୟ ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଥିଲା । ସକାଳ ୮ରୁ ସଂଧ୍ୟା ସାଢେ ୫ ଟା ମଧ୍ୟରେ ଭୋଟିଂ ଶେଷ ହୋଇଥିବା ବେଳେ ମୋଟ ଭୋଟିଂ ପ୍ରତିଶତ ୭୨ ରହିଥିବା ସରକାରୀ ତଥ୍ୟରୁ ଜଣାପଡିଥିଲା । ଏଥିରେ ମୋଟ ୨,୮୪,୬୬୩ ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ମୋଟ ୨,୦୭,୬୯୩ ଭୋଟର ଦେଶର ବିଭିନ୍ନ କେନ୍ଦ୍ରରେ ମତଦାନ କରିଥିଲେ । ମାଳଦ୍ବୀପ ସଂସଦରେ ମୋଟ ୯୩ ଆସନ ଥିବା ବେଳେ ପ୍ରାୟ ୬ଟି ରାଜନୈତିକ ଦଳ ସକ୍ରିୟତାର ସହ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ବିଭିନ୍ନ ଦଳରୁ ମୋଟ ୩୬୮ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ୧୩୦ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢିଥିଲେ । ଏଥିରେ ବର୍ତ୍ତମାନ ସୁଦ୍ଧା ୬୬ ଆସନରେ ରାଷ୍ଟ୍ରପତି ମୁଇଜୁ ପାର୍ଟି ‘ପିପୁଲ୍ସ ନ୍ୟାସନାଲ ପାର୍ଟି’ ବିଜୟ ହାସଲ କରିସାରିଛନ୍ତି । ପୂର୍ବରୁ ମାଳଦ୍ବୀପରେ ‘ଡେମୋକ୍ରାଟିକ ପାର୍ଟି’ ନିକଟରେ କ୍ଷମତା ଥିଲା । ମହମ୍ମଦ ସଲିହ ରାଷ୍ଟ୍ରପତି ଥିବା ସମୟରେ ଭାରତ ସହ ମାଳଦ୍ବୀପର ସୁସମ୍ପର୍କ ଥିଲା । ‘ଇଣ୍ଡିଆ ଆଉଟ’ କ୍ୟାମ୍ପେନ ଆରମ୍ଭ କରି କ୍ଷମତା ପରିବର୍ତ୍ତନ କରିବାରେ ସଫଳ ହୋଇଥିଲେ ମହମ୍ମଦ ମୁଇଜୁ । ରାଷ୍ଟ୍ରପତି ଭାବେ ୬ ମାସର ଦାୟିତ୍ବ ଗ୍ରହଣ କରିଥିଲେ । ଏବେ ଦେଶରେ ସଂସଦର କାର୍ୟ୍ୟକାଳ ଶେଷ ହେବା ପରେ ନିର୍ବାଚନ ଅନୁଷ୍ଠିତ ହେବା ପରେ ମୁଇଜୁ ଏବେ ପୁଣି ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking