29.1 C
Bhubaneswar
Saturday, April 27, 2024
Homeଅପରାଧ୬ମାସ ମଧ୍ୟରେ ମହିଳାଙ୍କୁ ଦୁଇ ଥର ଏସିଡ୍ ମାଡ...

୬ମାସ ମଧ୍ୟରେ ମହିଳାଙ୍କୁ ଦୁଇ ଥର ଏସିଡ୍ ମାଡ…

ବେଙ୍ଗାଲୁରୁ: ଶୁକ୍ରବାର ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା | ଜଣେ ମହିଳା ବସ କଣ୍ଡକ୍ଟରଙ୍କ ଉପରକୁ ଏସିଡ୍ ମାଡ଼ ହୋଇଥିବାର ସୂଚନା ମିଳିଛି । ତେବେ ବାଇକରେ ଦୁଇଜଣ ଯୁବକ ଆସି ମହିଳାଙ୍କ ଉପରକୁ ଏସିଡ ମାଡ଼ କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ହେତୁ ଏବେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତା ନିଜ କାମକୁ ବାହାରିଥିବା ସମୟରେ ଏହି ଘଟଣା ଘଟିଥିଲା ବୋଲି ଜଣା ପଡିଛି । ତେବେ ଏଠାରେ ସବୁଠାରୁ ବଡ କଥା ହେଲା ପୀଡ଼ିତାଙ୍କ ଉପରେ ୬ମାସ ମଧ୍ୟରେ ଦ୍ବିତୀୟ ଥର ଏସିଡ୍ ମାଡ ହୋଇଛି । ପୀଡ଼ିତାଙ୍କ ନାଁ ଇନ୍ଦିରା ବାଇ ବୋଲି ଜଣା ପଡ଼ିଥିବା ବେଳେ ସେ କର୍ଣ୍ଣାଟକରେ ଥିବା ତୁମକୁର ଜିଲ୍ଲାର ବାସିନ୍ଦା ବୋଲି ଜଣା ପଡ଼ିଛି । ଘଟଣାଟି ବେଙ୍ଗାଲୁରୁରେ ଥିବା ବଗଲଗୁଣ୍ଟେରେ ଘଟିଛି । ଘଟଣା ବିଷୟରେ ସୂଚନା ପାଇ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ।
ପୁଲିସର ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ବସ ଷ୍ଟାଣ୍ଡରେ ଜଗି ବସିଥିଲେ। ପୀଡ଼ିତା ବସ ଧରିବା ପାଇଁ ପହଞ୍ଚିବା ପରେ ଦୁଇ ଅଭିଯୁକ୍ତ ତାଙ୍କ ଉପରେ ଏସିଡ୍ ଫିଙ୍ଗି ଫେରାର ହୋଇ ଯାଇଥିଲେ। ଏହି ଘଟଣା ପରେ ପୀଡ଼ିତାଙ୍କ ବେକ ଓ ମୁହଁ ଜଳି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ୬ମାସ ପୂର୍ବେ ଘଟିଥିବା ଘଟଣା ସହ ଏହି ଘଟଣାର କିଛି ସଂପର୍କ ରହିଛି କି ନାହିଁ, ତାହାର ଛାନଭିନ ପୁଲିସ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking