30.1 C
Bhubaneswar
Friday, April 26, 2024
Homeଓଡିଶାଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ

ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ଦେଖା ଯାଉଥିଲା ବେଳେ ଧାନ କଟା ପରେ ଅନେକ ଶ୍ରମିକ ଜିଲ୍ଲାରେ କାମ ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି। ଦଲାଲମାନେ ଏହି ଦାଦନମାନଙ୍କୁ ବିଭିନ୍ନ ରାଜ୍ୟକୁ ନେଉଥିଲା ବେଳେ ଶ୍ରମିକଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ନଦେଇ ବିଭିନ୍ନ ଠିକାଦାର ଏବଂ କମ୍ପାନୀରେ ଛାଡି ସେମାନଙ୍କ ପ୍ରାପ୍ୟ ପାଇଲାପରେ ଶ୍ରମିକମାନଙ୍କ ସ୍ଥିତି, ସେମାନଙ୍କ ପାରିଶ୍ରମିକ ବିଷୟରେ ଚିନ୍ତା ନକରିବା ସହ ଶ୍ରମିକଙ୍କ ପରିବାରକୁ କୌଣସି ସୂଚନା ଦେଉନାହାନ୍ତି। ଯାହାଫଳରେ ଜିଲ୍ଲାର ଅନେକ ଶ୍ରମିକ ରାଜ୍ୟ ବାହାରକୁ ଯାଇ ମୃତ୍ୟୁବରଣ କରିଥିବାର ନଜିର ଅଛି। ଅନେକ ସମୟରେ ଦୁର୍ଘଟଣାରେ ଅକର୍ମଣ୍ୟ ହୋଇ ଘରକୁ ଫେରୁଛନ୍ତି।
ଶୁକ୍ରବାର ଏପରି ଏକ ଘଟଣା ଲୋକ ଲୋଚନକୁ ଆସିଛି ମାଲକାନଗିରି ସଦର ବ୍ଲକର ଉଡୁପା ଗ୍ରାମ ପଂଚାୟତ ପତିତଙ୍ଗ ଗ୍ରାମରେ। ଗ୍ରାମର ଦେବା ମାଡକାମିଙ୍କ ପୁଅ କମଳ ମାଡକାମି (୩୨) ୧୫ଦିନ ପୂର୍ବରୁ ହାଇଦ୍ରାବାଦ ସ୍ଥିତ ନାକାପୁର ଠାରେ ଏକ ବୋରୱେଲର କାମ କରିବା ପାଇଁ ଗ୍ରାମର କେତେକ ଯୁବକଙ୍କ ସହିତ ଯାଇଥିଲେ। ସେଠାରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଲାପରେ ଘରକୁ ଆସିବା ପାଇଁ ବାହାରିଥିଲେ। ବସରେ ବସି କିଛି ଦୂର ଆସିଲା ପରେ କମଳଙ୍କ ଦେହ ପ୍ରବଳ ମାତ୍ରାରେ ଅସୁସ୍ଥ ହୋଇଥିଲା।
ଯାହାଫଳରେ ସେହି ବସରେ ହିିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ବସ କଣ୍ଡକ୍ଟର ତାଙ୍କୁ ପୁଣି ଲେଉଟାଇ ନେଇ ବସଷ୍ଟାଣ୍ଡ ଭିତରେ ଛାଡିଦେଇଥିଲା । ହାଇଦ୍ରାବାଦର ନାକାପୁର ଅଂଚଳର ହରିବାବୁ ନାମକ ଜଣେ ଜନୈକ ବ୍ୟକ୍ତିଙ୍କ ନିକଟରେ ପତିତଙ୍ଗ ଗ୍ରାମର ଲୋକମାନେ ବୋରବେଲ କାର‌୍ୟ୍ୟ କରୁଥିଲେ। ତାଙ୍କର ପରିବାର ଲୋକ ଏପରି ଖବର ପାଇଲା ପରେ ମର୍ମାହତ ହୋଇ ପଡିଛନ୍ତି।
ହାଇଦ୍ରାବାଦ ଯାଇ ନଳକୂପ ଖନନ ଗାଡିର ମାଲିକଙ୍କୁ ଡକାଇ ମୃତ କମଳଙ୍କ ଶବ ବ୍ୟବଛେଦ କରିବା ପାଇଁ ଅନୁରୋଧ କରିବା ସହ ମୃତ ଶରୀର କିପରି ନିଜ ଗ୍ରାମ ପତିତଙ୍ଗକୁ ଆସିବ ସେଥିପାଇଁ ନିବେଦନ କରିବା ସହ ଆବାଦାନ ଥାନା ଜରିଆରେ ତେଲେଙ୍ଗାନା ରାଜ୍ୟ ସରକାରଙ୍କୁ ପିତା ଦେବା ମାଡକାମି ଓ ପରିବାର ବର୍ଗ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking