30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶନିର୍ବାଚନ ପରେ ବିଜେପି ପ୍ରାର୍ଥୀ ମୃତ

ନିର୍ବାଚନ ପରେ ବିଜେପି ପ୍ରାର୍ଥୀ ମୃତ

ଲକ୍ଷ୍ନୌ: ନିର୍ବାଚନରେ ବିଜୟୀ ହେବା ପାଇଁ ଜୋରଦାର ପ୍ରଚାର କରିଥିଲେ । ଦିନ ରାତି ଏକ କରି ଖରାତରାକୁ ଖାତିର ନକରି ଲୋକଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରିଥିଲେ । ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଲା । କିନ୍ତୁ ଫଳାଫଳ ଆସିବା ପୂର୍ବରୁ ଆଖି ବୁଜିଲେ ବିଜେପି ସାଂସଦ ପ୍ରାର୍ଥୀ କୁନଓ୍ବାର ସର୍ବେଶ ସିଂ । ସେ ଉତ୍ତରପ୍ରଦେଶ ମୋରଦାବାଦ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଗତକାଲି ଚିକିତ୍ସାଧିନ ଅବସ୍ଥାରେ ହୃଦଘାତରେ ୭୨ ବର୍ଷ ବୟସରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସେ ଥରେ ସାଂସଦ ଏବଂ ୫ ଥରର ବିଧାୟକ ରହିଥିଲେ ।

ବିଜେପି ସାଂସଦ ପ୍ରାର୍ଥୀ କୁନଓ୍ବାରଙ୍କ ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ୟୁପି ବିଜେପି ମୁଖ୍ୟ ଭୁପେନ୍ଦ୍ର ଚୌଧୁରୀ । ସେ କହିଥିଲେ ଯେ, ତାଙ୍କ ଗଳାରେ ଯନ୍ତ୍ରଣା ହେବାରୁ କିଛି ଦିନ ତଳେ ସେ ଅପରେସନ୍ ହୋଇଥିଲେ । ଶୁକ୍ରବାର ଚେକ୍ ଅପ୍ ପାଇଁ ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କନଓ୍ବାରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଏହା ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking