29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଦିନ ୧ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୫୪.୪୭ ପ୍ରତିଶତ ମତଦାନ

ଦିନ ୧ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୫୪.୪୭ ପ୍ରତିଶତ ମତଦାନ

ନୂଆଦିଲ୍ଲୀ : ଦିନ ୧ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୫୪.୪୭ ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ ୩୧.୭୭ ପ୍ରତିଶତ ମତଦାନ ହୋଇଛି । ଆସାମରେ ୪୬.୩୧%, ବିହାର ୩୩.୮୦%, ଛତିଶଗଡରେ ୫୩.୦୯%, ଜମ୍ମୁ-କାଶ୍ମୀର ୪୨.୮୮%, କର୍ଣ୍ଣାଟକ ୩୮.୨୩%, କେରଳ୩୯.୨୬%, ମଧ୍ୟପ୍ରଦେଶ ୩୮.୯୬%, , ମଣିପୁର ୫୪.୨୬% , ରାଜସ୍ଥାନ ୪୦.୩୯%, ଉତ୍ତରପ୍ରଦେଶ ୩୫.୭୩%, ପଶ୍ଚିମବଙ୍ଗ ୪୭.୨୯% ।ଆଜି ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟ ମତଦାନ। ୧୩ଟି ରାଜ୍ୟର ୮୮ ଆସନରେ ଆରମ୍ଭ ହୋଇଛି ମତଦନ । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟପ୍ରଦେଶର ୭, ବିହାରର ୫, ଆସାମର ୫, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ସକାଳୁ ମତଦାନ ଚାଲିଛି। ଏହା ଭିତରେ ରହିଛି କେରଳର ସମସ୍ତ ୨୦ଟି ଯାକ ସିଟ୍। ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମଧ୍ୟପ୍ରଦେଶର ବେତୁଲ ଆସନରେ ଭୋଟ୍ ହେଉନାହିଁ। ଏ ସବୁ ରାଜ୍ୟରେ ପ୍ରାୟ ୧୬ କୋଟି ଭୋଟର ୧୨୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ଲାଗି ୧ ଲକ୍ଷ ୬୭ ହଜାର ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି। ଆଜି ମତଦାନ ହେଉଥିବା ରାଜ୍ୟ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ନକ୍ସଲ ଉପଦ୍ରୁତ ଓ ସମ୍ବେଦନଶୀଳ ଅଞ୍ଚଳ ଉପରେ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି। ଆଜିର ଭୋଟ ପରେ କେରଳ, ରାଜସ୍ଥାନ ଓ ତ୍ରିପୁରାରେ ନିର୍ବାଚନ ସରିଯିବ। ମେ ୭ ତାରିଖରେ ୯୪ ସିଟରେ ହେବ ତୃତୀୟ ପର୍ୟ୍ୟାୟ ଭୋଟ୍ ଗ୍ରହଣ। ପୂର୍ବରୁ ଗତ ୧୯ ତାରିଖରେ ପ୍ରଥମ ପର୍ୟ୍ୟାୟରେ ୧୦୨ଟି ଲୋକସଭା ଆସନରେ ମତଦାନ ହୋଇସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking