ଘରେ ଛାଡି ଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ

ବାଲେଶ୍ୱର : ଦେଶ ତଥା ରାଜ୍ୟରେ ନାରୀ ନିର୍ଯ୍ୟାତନା ପରିମାଣ କ୍ରମଶଃ ବୃଦ୍ଧି ପାଇବା ସହ ଜଘନ୍ୟ ରୂପ ଧାରଣ କରିବାରେ ଲାଗିଛି | ପୁଣି ଏପରି ଏକ ଲଜ୍ଜାଜନକ ଘଟଣା ଏବେ ସାମ୍ନାକୁ ଆସିଛି | ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ନାବାଳିକା ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଏକ କମ୍ପାନୀରେ କାମ କରିବାକୁ ତେଲେଙ୍ଗନା ଯାଇଥିଲେ । କିଛି ଦିନ କାମ କରିବା ପରେ ସେ ଘରକୁ ଫେରି ଆସିଥିଲେ ।
ବାଲେଶ୍ୱର ଷ୍ଟେସନରେ ଓହ୍ଲାଇ ବସ୍‌ ପାଇଁ ଅପେକ୍ଷା କରିଥିବାବେଳେ ଗମ୍ଭାରିଆ ଗାଁର ସଞ୍ଜିତ ଜେନା ନାମକ ଜଣେ ବ୍ୟକ୍ତି ତାକୁ ଘରେ ଛାଡିଦେବ ବୋଲି ପ୍ରତିଶ୍ରୁତି ଦେଇ ବାଇକରେ ବସାଇ ଆଣିଥିଲେ । ହେଲେ ଜାତୀୟ ରାଜପଥ କଡରେ ଥିବା ଏକ ବିଲରେ ତାଙ୍କ ସହ ଦୁଷ୍କର୍ମ କରିବା ସହ ମୋବାଇଲ ଓ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାର ଅଭିଯୋଗ ଆସିଛି ।
ତେବେ ଏନେଇ ନାବାଳିକା ଜଣଙ୍କ ଥାନାରେ ଏତଲା ଦେବା ପରେ ପୋଲିସ ଟଙ୍କା ଉଠାଇଥିବା ଏଟିଏମର ସିସିଟିଭି ଫୁଟେଜ ଓ ଆକାଉଣ୍ଟ ନମ୍ବର ଆଧାରରେ ଅଭିଯୁକ୍ତକୁ ଗିରଫ କରି ତାକୁ କୋର୍ଟ ଚାଲାଣ କରିଛି ।