35.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ଟାଇଟଲ୍ ଜିତିଲେ ୬୦ ବର୍ଷୀୟ ମହିଳା

ମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ଟାଇଟଲ୍ ଜିତିଲେ ୬୦ ବର୍ଷୀୟ ମହିଳା

ଆର୍ଜେଣ୍ଟିନା : ଜଣେ ୬୦ ବର୍ଷୀୟ ମହିଳା ମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ଟାଇଟଲ୍ ବିଜୟୀ ହୋଇଛନ୍ତି । ଆର୍ଜେଣ୍ଟିନାର ଏଲେଜାନ୍ଦ୍ରା ମାରିସା ରୋଡ୍ରିଗଜ୍ ଷ୍ଟେରିଓଟାଇପ୍ ମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ବିଜେତା ହୋଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସଫଳତା କ୍ଷେତ୍ରରେ ବୟସ ଓ ସୁନ୍ଦରତା ଏକ ବାଧକ ନୁହେଁ ସେ ଏହା ପ୍ରମାଣ କରି ଦେଖାଇଛନ୍ତି । ଏଥିସହ କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରିଛନ୍ତି । ବାସ୍ତବରେ ରୋଡ୍ରିଗଜ୍ ପେଶାରେ ଜଣେ ଓକିଲ ଏବଂ ସାମ୍ବାଦିକା । ସେ ପ୍ରଥମ ମହିଳା ଭାବେ ୬୦ ବର୍ଷରେ ଏହି ସମ୍ମାନଜନକ ସଫଳତା ହାସଲ କରିବାର କୃତ୍ତିତ୍ୱ ଅର୍ଜନ କରିଛନ୍ତି । ସେ ମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ବିଜେତା ହେବା ପରେ ମିସ୍ ୟୁନିଭର୍ସ ଆର୍ଜେଣ୍ଟିନାରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବେ । ଏହି ପ୍ରତିଯୋଗିତା ମେ’ରେ ଅନୁଷ୍ଠିତ ହେବ । ଯଦି ସେ ଏଥିରେ ସଫଳ ହୁଅନ୍ତି, ତେବେ ମିସ୍ ୟୁନିଭର୍ସରେ ଭାଗ ନେବେ । ମିସ୍ ୟୁନିଭର୍ସ ଚଳିତ ବର୍ଷ ସେପ୍ଟେମ୍ବର ୨୮ରେ ଆୟୋଜିତ ହେବ। ପ୍ରକାଶ ଥାଉକି, ଗତବର୍ଷ ପରଠାରୁ ମିସ୍ ୟୁନିଭର୍ସରେ ଭାଗ ନେବା ପାଇଁ ବୟସସୀମାକୁ ହଟାଇ ଦିଆଯାଇଛି । ପୂର୍ବରୁ ୧୮-୨୮ ବର୍ଷ ବୟସର ଯୁବତୀ ଏଥିରେ ଭାଗ ନେଇପାରିବାର କଟକଣା ଥିଲା । କିନ୍ତୁ ଗତବର୍ଷର ଘୋଷଣାନାମା ପରଠାରୁ ୧୮ ବର୍ଷରୁ ଅଧିକ ଯେକୌଣସି ବୟସ ବର୍ଗ ମିସ୍ ୟୁନିଭର୍ସରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking