28.1 C
Bhubaneswar
Saturday, April 27, 2024
Homeକରୋନାଭାରତରେ କାୟା ବିସ୍ତାର କରୁଛି କରୋନା : ମୃତକଙ୍କ ସଂଖ୍ୟା ୭୭

ଭାରତରେ କାୟା ବିସ୍ତାର କରୁଛି କରୋନା : ମୃତକଙ୍କ ସଂଖ୍ୟା ୭୭

ନୂଆଦିଲ୍ଲୀ : ଭାରତରେ ନିଜ କାୟା ବିସ୍ତାର କରିବାରେ ଲାଗିଛି କରୋନା । କମୁନି କରୋନା ପ୍ରଭାବ । ଦେଶରେ ଦିନକୁ ଦିନ ମହାମାରୀ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩୭୪ ରେ ପହଂଚିଛି । ବର୍ତମାନ ସୁଦ୍ଧା ଭାରତରେ ୭୭ ଜଣଙ୍କ ମୃତ୍ୟୁ ଘଟିଛି । କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢ଼ିଯାଇଛି । ବିଶ୍ୱର ପ୍ରାୟ ୨୦୩ରୁ ଅଧିକ ଦେଶକୁ ଏହି ମହାମାରୀ କରୋନା ବ୍ୟାପିଲାଣି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ ରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଛି । ଏହା ସତ୍ୱେ ଦେଶରେ ଆଜି ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୭୪ ଛୁଇଁଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୩୦ ସକ୍ରିୟ ଅଛନ୍ତି । ୨୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫୦ ପାର ହୋଇଛି । ଉତ୍ତରପେଦେଶରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨୦୦ ଥିବା ବେଳେ ରାଜସ୍ଥାନରେ ମଧ୍ୟ ପ୍ରାୟ ୨୦୦ ସଂକ୍ରମିତ । ସେହିପରି କେରଳରେ ମଧ୍ୟ ଅଧିକ କରୋନା ଆକ୍ରାନ୍ତ ରହିଥିବା ଜଣାପଡ଼ିଛି । ଏଯାଏଁ ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ଥବା ୭୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଯେତିକି ରକ୍ତ ନମୁନା ପରୀକ୍ଷା କରାଯାଇଛି ସେମଧ୍ୟରୁ ୨୧ଟି ପଜିଟିଭ ଥିବା ବେଳେ ବାକି ସବୁ ନମୁନା ନେଗେଟିଭ ଆସିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ।
https://onakhabar.com/2020/04/05/75dead-in-covid-19in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking