31.1 C
Bhubaneswar
Monday, May 6, 2024
Homeଖେଳଆଇପିଏଲ୍‌ରେ ଇତିହାସ ରଚିଲେ ଚହଲ୍‌; ୨୦୦ ୱିକେଟ୍ ନେବାରେ ପ୍ରଥମ ବୋଲର୍

ଆଇପିଏଲ୍‌ରେ ଇତିହାସ ରଚିଲେ ଚହଲ୍‌; ୨୦୦ ୱିକେଟ୍ ନେବାରେ ପ୍ରଥମ ବୋଲର୍

ଜୟପୁର: ଚଳିତ ଆଇପିଏଲ୍ ସିଜନ୍‌ରେ ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ ଇତିହାସ ରଛନ୍ତି । ଚହଲ୍ ଏପରି କୀର୍ତ୍ତିମାନ କରିଛନ୍ତି, ଯାହା ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ବର୍ତ୍ତମାନ ସୁଦ୍ଧା କୌଣସି ବୋଲର୍ କରିପାରି ନାହାନ୍ତି । ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚହଲ ନିଜ ପ୍ରଥମ ଓଭର୍‌ରେ ମହମ୍ମଦ ନବୀଙ୍କୁ କଟ୍ ଆଣ୍ଡ୍ ବୋଲ୍ଡ କରିଥିଲେ । ଏହା ଆଇପିଏଲ୍‌ରେ ଚହଲଙ୍କର ୨୦୦ତମ ଶିକାର ଥିବାବେଳେ ଟୁର୍ଣ୍ଣାମେଣ୍ଟ୍‌ରେ ୨୦୦ ୱିକେଟ୍ ନେବାରେ ସେ ପ୍ରଥମ ବୋଲର୍ ହୋଇଛନ୍ତି । ଚହଲ୍ ୧୫୩ ମ୍ୟାଚ୍‌ରେ ଏହି କାରନାମା କରିଛନ୍ତି । ୨୦୧୩ରୁ ଆଇପିଏଲ୍ ଖେଳୁଥିବା ଚହଲ୍ ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳ ବୋଲର ହୋଇଛନ୍ତି । ଚଳିତ ସିଜନ୍‌ରେ ସେ ୧୩ ୱିକେଟ୍ ଅକ୍ତିଆର କରିବା ସହିତ ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ୍ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରାଙ୍କ ସହ ଯୁଗ୍ମ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି । ଏବେ ପର୍ପଲ୍ କ୍ୟାପ୍ ରେସ୍‌ରେ ଆଗେଇବାର ସୁଯୋଗ ତାଙ୍କ ନିକଟରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking