29.1 C
Bhubaneswar
Monday, May 6, 2024
Homeଖେଳମିଚେଲ୍ ମାର୍ଶ ପୂରା ସିଜନ୍‌ରୁ ବାଦ୍‌

ମିଚେଲ୍ ମାର୍ଶ ପୂରା ସିଜନ୍‌ରୁ ବାଦ୍‌

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ ସିଜନ୍ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସେପରି ଖାସ୍ ହୋଇନାହିଁ । ଏହା ମଧ୍ୟରେ ଋଷଭ ପନ୍ତ୍‌ଙ୍କ ନେତୃତ୍ୱାଧୀନ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି । ଟିମ୍‌ର ଷ୍ଟାର୍ ଅଲ୍‌ରାଉଣ୍ଡର୍ ମିଚେଲ୍ ମାର୍ଶ ହାମ୍‌ଷ୍ଟ୍ରିଙ୍ଗ୍ ଆଘାତ କାରଣରୁ ବାକି ସିଜନ୍‌ରୁ ବାଦ୍ ପଡ଼ିଛନ୍ତି । ହାମ୍‌ଷ୍ଟ୍ରିଙ୍ଗ୍‌ର ଚିକିତ୍ସା ପାଇଁ ମାର୍ଶ ଅଷ୍ଟ୍ରେଲିଆ ଯାଇଥିଲେ । ତେବେ ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋ ରିପୋର୍ଟ ଅନୁସାରେ ମିଚେଲ୍ ମାର୍ଶ ପୂରା ସିଜନ୍‌ରୁ ବାଦ୍ ପଡ଼ିଛନ୍ତି ଏବଂ ଅଷ୍ଟ୍ରେଲିଆରୁ ଆଉ ଭାରତ ଫେରିବେ ନାହିଁ । ଆଇପିଏଲ୍ ୨୦୨୪ରେ ମାର୍ଶ ବିଶେଷ ଖାସ୍ ପ୍ରଦର୍ଶନ କରିପାରି ନଥିଲେ, ଯାହା ଟିମ୍ ପାଇଁ ଚିନ୍ତାର ବିଷୟ ଥିଲା । ସେ ଚାରିଟି ମ୍ୟାଚ୍‌ରେ ଯଥାକ୍ରମେ ୨୦, ୨୩, ୧୮ ଓ ଶୂନ୍ ରନ୍ କରିଥିଲେ । ଅନ୍ୟପକ୍ଷରେ ମାର୍ଶ ଅଷ୍ଟ୍ରେଲିଆ ଟିମ୍‌ର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଖେଳାଳି ମଧ୍ୟରୁ ଜଣେ ହୋଇଥିବାରୁ ଟି-୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ତାଙ୍କ ଆଘାତ ଉପରେ ନଜର ରଖିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking