29.1 C
Bhubaneswar
Monday, May 6, 2024
Homeଖେଳଅବସରରୁ ପ୍ରତ୍ୟାବର୍ତ୍ତନ କରିବେନି ସୁନୀଲ୍ ନାରିନ୍‌

ଅବସରରୁ ପ୍ରତ୍ୟାବର୍ତ୍ତନ କରିବେନି ସୁନୀଲ୍ ନାରିନ୍‌

ନୂଆଦିଲ୍ଲୀ: ୱେଷ୍ଟ୍‌ଇଣ୍ଡିଜ୍ କ୍ରିକେଟର୍ ସୁନୀଲ୍ ନାରିନ୍ ଟି-୨୦ ବିଶ୍ୱକପ୍ ପାଇଁ ନିଜ ଅବସର ନିଷ୍ପତ୍ତି ପ୍ରତ୍ୟାହୃତ କରିବେ ନାହିଁ । ଅନ୍ତର୍ଜାତୀୟ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ଦ୍ୱାର ତାଙ୍କ ପାଇଁ ଏବେ ବନ୍ଦ ହୋଇଯାଇଛି ବୋଲି ସେ କହିଛନ୍ତି । ତେବେ ଗତ କିଛିଦିନ ହେବ ପ୍ରସ୍ତୁତି ଚଳାଇଥିବା ଖେଳାଳିଙ୍କୁ ଆଇସିସି ବିଶ୍ୱକପ୍‌ରେ ସମର୍ଥନ ଜାରୀ ରଖିବେ । ୱେଷ୍ଟ୍‌ଇଣ୍ଡିଜ୍ ପକ୍ଷରୁ ୨୦୧୯ରେ ଶେଷ ମ୍ୟାଚ୍ ଖେଳିଥିବା ସୁନୀଲ୍ ନାରିନ୍ ୨୦୨୩ ନଭେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ । ନାରିନ୍ ଏବେ ଆଇପିଏଲ୍‌ରେ କୋଲ୍‌କାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଛନ୍ତି । ଚଳିତ ଆଇପିଏଲ୍ ସିଜନ୍‌ରେ ସେ କୋଲ୍‌କାତା ପକ୍ଷରୁ ଓପ୍ନିଂ କରି ୭ଟି ମ୍ୟାଚ୍‌ରେ ୧୭୬.୫୪ ଷ୍ଟ୍ରାଇକ୍ ରେଟ୍‌ରେ ୨୮୬ ରନ୍ କରିଛନ୍ତି । ଏହା ମଧ୍ୟରେ ଗୋଟିଏ ଲେଖାଏଁ ଶତକ ଏବଂ ଅର୍ଦ୍ଧଶତକ ମଧ୍ୟ ସାମିଲ । ସେହିପରି ୭ ମ୍ୟାଚ୍‌ରେ ସେ ୭.୧୧ ଇକୋନମି ରେଟ୍‌ରେ ୯ ୱିକେଟ୍ ମଧ୍ୟ ହାସଲ କରିଛନ୍ତି । ନାରିନ୍ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍ କରି ଲେଖିଛନ୍ତି ଯେ ମୁଁ ବାସ୍ତବରେ ବହୁତ ଖୁସି ଏବଂ କୃତଜ୍ଞ ଯେ ନିକଟରେ ମୋ ପ୍ରଦର୍ଶନ କିଛି ବ୍ୟକ୍ତିଙ୍କୁ ସାର୍ବଜନୀନ ଭାବେ ଅବସରରୁ ପ୍ରତ୍ୟାବର୍ତ୍ତନ କରିବା ଏବଂ ଆଗାମୀ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ଇଚ୍ଛାବ୍ୟକ୍ତ କରିବାକୁ ପ୍ରେରିତ କରିଛି । ମାତ୍ର ମୋ ପାଇଁ ସେ ଦ୍ୱାର ବନ୍ଦ ହୋଇଯାଇଛି ଏବଂ ଯେଉଁମାନେ ଜୁନ୍‌ରେ ୱେଷ୍ଟ୍‌ଇଣ୍ଡିଜ୍ ପାଇଁ ପଡ଼ିଆକୁ ଓହ୍ଲାଇବେ ମୁଁ ସେମାନଙ୍କୁ ସମର୍ଥନ କରିବି । ସମସ୍ତଙ୍କୁ ଶୁଭକାମନା । ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ୱେଷ୍ଟ୍‌ଇଣ୍ଡିଜ୍ କ୍ୟାପ୍‌ଟେନ୍ ରୋଭ୍‌ମାନ୍ ପାୱେଲ୍ କହିଥିଲେ ଯେ ‘ନାରିନ୍ ଅବସର ନିଷ୍ପତ୍ତି ପ୍ରତ୍ୟାହାର କରିନିଅନ୍ତୁ ବୋଲି ଆମେ ଅନୁରୋଧ କରୁଛୁ । ଆମର ବିଶ୍ୱାସ ବିଶ୍ୱକପ୍ ଟିମ୍ ଚୟନ ପୂର୍ବରୁ ତାଙ୍କ ମନ ପରିବର୍ତ୍ତନ ହେବ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking