26.7 C
Bhubaneswar
Friday, April 19, 2024
Homeଅପରାଧପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଯୁବକ ଗିରଫ

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଯୁବକ ଗିରଫ

ଗୌହ୍ବାଟୀ : ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିଜ ଫେସବୁକ୍ ପେଜରେ ଏକ ଆପତ୍ତିଜନକ ପୋଷ୍ଟ୍ କରି ଆସାମର ଜଣେ ବ୍ୟକ୍ତି ପୁଲିସ୍ ହାତରେ ଗିରଫ ହୋଇଥିବା ସୂଚନା ରହିଛି। ବ୍ୟକ୍ତି ଜଣକ ହେଉଛନ୍ତି ମୁନ୍ନା ବାରଭୁୟା। ତାଙ୍କ ଘର ସିଲଚାର ସହରର ମେହେରପୁର ଠାରେ। ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଆପତ୍ତିଜନକ ପୋଷ୍ଟ୍ କରିଥିବା କାରଣରୁ ବ୍ୟକ୍ତି ଜଣକୁ ଗିରଫ କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି । ମୁନ୍ନାଙ୍କୁ ପୁଲିସ୍ ତାଙ୍କ ବାସଭବନରୁ ଗିରଫ କରିଛି।
ସୂଚନା ଅନୁଯାୟୀ, ମୁନ୍ନା ମୋଦୀଙ୍କ ବିରୋଧରେ ପୋଷ୍ଟ୍ କରିବା ପରେ ବିଭିନ୍ନ ବ୍ୟବହାରକାରୀ ଓ ସଂସ୍ଥା ପକ୍ଷରୁ ପୋଷ୍ଟ୍ ଉପରେ ଗୁଡ଼ାଏ କମେଣ୍ଟ୍ ଆସିଥିଲା। ପୋଷ୍ଟଟି କଚାର୍‌ର ପୁଲିସ୍ ସୁପରିଟେଣ୍ଡେଣ୍ଟ୍ ମାନବେନ୍ଦ୍ର ଦେବରୟଙ୍କ ଗୋଚରକୁ ଆସିବା ପରେ ମୁନ୍ନାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଓ ପୁଲିସ୍ ଆସି ତାଙ୍କୁ ତାଙ୍କ ଘରୁ ଧରି ନେଇଥିଲା।
https://onakhabar.com/2020/04/05/kutura-victim-2-arrested/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking