41.1 C
Bhubaneswar
Sunday, April 28, 2024
Homeଓଡିଶାସଟ୍ ଡାଉନ ଦ୍ୱିତୀୟ ଦିନ, ଖାଁ ଖାଁ ରାଜଧାନୀ

ସଟ୍ ଡାଉନ ଦ୍ୱିତୀୟ ଦିନ, ଖାଁ ଖାଁ ରାଜଧାନୀ

ଭୁବନେଶ୍ୱର : କରୋନା ମୁକାବିଲା ଦିଗରେ ଆଜି କଟକ, ଭୁବନେଶ୍ୱର ଓ ଭଦ୍ରକ ସଟ୍ ଡାଉନର ଦ୍ୱିତୀୟ ଦିନ ଅଥବା ଅନ୍ତିମ ଦିନ । ଶୂନଶାନ ହୋଇଛି ରାସ୍ତାଘାଟ ।  କରୋନା ସଂକ୍ରମଣ ରୋକିବା ପାଇଁ ଶୁକ୍ରବାର ଦିନ ରାତି ୮ ଟାରୁ ୪୮ ଘଣ୍ଟିଆ କଟକ , ଭୁବନେଶ୍ୱର ଓ ଭଦ୍ରକକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି। କଫ୍ୟୁର ପ୍ରଥମ ଦିନରେ ଛକ ହେଉ କି ଗଳି, ଜାତୀୟ ରାଜପଥ ହେଉ କି ଫ୍ଲାଏଓଭର୍‌, ସବୁ ଶୂନଶାନ ହୋଇଯାଇଥିଲା। ସଟ୍ ଡାଉନକୁ ଲୋକ ସମର୍ଥନ କରୁଥିବା ଦେଖାଯାଇଛି । ଘରୁ ପଦାକୁ ବାହାରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ ଦଣ୍ଡ । ୧୨୫ ବ୍ୟକ୍ତିଙ୍କୁ ନିୟମ ଉଲଘଂନ ଅଭିଯୋଗରେ ସରକାରୀ କ୍ୱାରେଣ୍ଟାଇନକୁ ପଠାଇଛି ପୋଲିସ । ତେବେ ଶନିବାରର ୨୪ ଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ ରହିବା ପରେ ଆଜି ମଧ୍ୟ ଏହି କଫ୍ୟୁ ଭଳି କଟକଣା ଜାରି ରହିଛି । ଓଡ଼ିଶାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଶୂକ୍ରବାର ରାତି ୮ଟାରୁ ୩ ସହରରେ କଡ଼ାକଡ଼ି ହୋଇଥିଲା ସଟ୍ ଡାଉନ୍ ନିୟମ । ମୁଖ୍ୟ ରାସ୍ତା ସହ ସବୁ ଗଳିକୁ ମଧ୍ୟ କଟକଣା କରାଯାଇଛି।
https://onakhabar.com/2020/04/05/28-workers-returned-on-foot/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking