27.1 C
Bhubaneswar
Tuesday, May 14, 2024
Homeଓଡିଶାପୁଣି ଅଂଶୁଘାତରେ ଗଲା ଆଉ ଏକ ଜୀବନ

ପୁଣି ଅଂଶୁଘାତରେ ଗଲା ଆଉ ଏକ ଜୀବନ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତ ମହକୁମାରେ ଘଟିଛି ଅଭାବନୀୟ ଘଟଣା । ଜଣେ ବୃଦ୍ଧା ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅଂଶୁଘାତ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତ ବୃଦ୍ଧା ମହିଳାଙ୍କ ନାମ ପଅଁଳା ମାଝି । ସୂଚନା ଅନୁସାରେ, ପଅଁଳା ସବୁଦିନ ଛେଳି ଚରାଇବା ପାଇଁ ଯାଆନ୍ତି । ଶନିବାର ପଅଁଳା ଛେଳି ଚରାଇ ଘରକୁ ଫେରିବା ପରେ ଘର ବାସନ ଧୋଇବା ସମୟରେ ଅଚେତ ହୋଇପଡ଼ିଥିଲେ । ପଅଁଳାଙ୍କ ସ୍ୱାମୀ ଅର୍ଜୁନ ତାଙ୍କୁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପଅଁଳାଙ୍କୁ ଉଷାପଡ଼ା ମେଡ଼ିକାଲ କୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ସ୍ବାମୀ ଅର୍ଜୁନ ସ୍ତ୍ରୀଙ୍କୁ ଉଷାପଡ଼ା ମେଡିକାଲ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ପଅଁଳାଙ୍କୁ ମୃତ ଘୋଷଣା କରିଥିଲେ । ଅତ୍ୟଧିକ ଖରା ଯୋଗୁଁ ଅଂଶୁଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ପରେ ଟିକିରି ଥାନାରେ ଏତଲା ଦେବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଅଁଳାଙ୍କ ମୃତ ଦେହକୁ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking