31.1 C
Bhubaneswar
Monday, May 6, 2024
Homeଓଡିଶାମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ

ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ

ଭୁବନେଶ୍ୱର : ବହୁପ୍ରତିକ୍ଷୀତ ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ସର୍ଭେ । ବାଣୀବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ କରାଯାଉଛି । ମେଟ୍ରୋ ଯିବାକୁ ଥିବା ରାସ୍ତାରେ ଗଛ, ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଉଛି । ମେଟ୍ରୋ ପାଇଁ ରାସ୍ତାରୁ ହଟିବ ୟୁଟିଲିଟି ଲାଇନ ଜାନୁଆରୀ ପହିଲାରେ ମେଟ୍ରୋ ଟ୍ରେନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିସ୍ଥାପନ କରିଥିଲେ । ୪ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ। ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବାକୁ ନିଷ୍ପତ୍ତି ହୋଇଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସମସ୍ତ ଖର୍ଚ୍ଚ ୬୨୨୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ । କ୍ୟାପିଟାଲ ହସ୍ପିଟାଲରୁ ବାପୁଜୀନଗର, ଭୁବନେଶ୍ବର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର ଦେଇ ଆଚାର୍ୟ୍ୟବିହାର ଛକ ଯାଏଁ ପ୍ରାୟ ୭ କିଲୋମିଟର ପାଇଁ ପ୍ରଥମ ପର୍ୟ୍ୟାୟରେ ୬୬୮କୋଟି ଟଙ୍କାର ଟେଣ୍ଡର ଡକାଯାଇଛି । ଏପଟେ ବାରଙ୍ଗ ଅଞ୍ଚଳର ରତାଗଡ଼ରେ ମେଟ୍ରୋ ରେଳର କେନ୍ଦ୍ରୀୟ ଡିପୋ ପାଇଁ ୪୦ଏକର ଜାଗାରେ କାମ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking