26.1 C
Bhubaneswar
Tuesday, May 7, 2024
Homeଓଡିଶାଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଢେଙ୍କାନାଳ: ହଠାତ୍‌ ବିଚ୍‌ ରାସ୍ତାରେ ବସ୍‌ରେ ଲାଗିଲା ନିଆଁ। ଆଉ ହୁତୁହୁତୁ ହୋଇ ଜଳିଗଲା ବସ୍‌। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ‘ପ୍ରିୟାଂଶି’ ନାମକ ବସ୍‌ ଆଜି ସକାଳେ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ବସ୍‌ଟି ଢେଙ୍କାନାଳ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ଆନନ୍ଦ ନଗର ନିକଟରେ ଜାତୀୟ ରାଜପଥ ୫୫ ଉପରେ ହଠାତ୍‌ ସେଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଥିବା ଜାଣି ସମସ୍ତ ଯାତ୍ରୀ ତୁରନ୍ତ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ତୁରନ୍ତ ଢେଙ୍କାନାଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ବସ୍‌ର ନିଆଁକୁ କାବୁ କରାଯାଇଥିବା ଜଣାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking