32.1 C
Bhubaneswar
Saturday, May 18, 2024
Homeଓଡିଶା୮ରେ ରାଜନାଥ ଓ ୧୨ରେ ଅମିତ ଶାହ ଓଡିଶା ଆସିବେ

୮ରେ ରାଜନାଥ ଓ ୧୨ରେ ଅମିତ ଶାହ ଓଡିଶା ଆସିବେ

ଭୁବନେଶ୍ୱର : ଆସନ୍ତା ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶା ଆସିବା ସହ ୧୨ରେ ଗୃହମନ୍ତ୍ରୀ ଅମିତ ଶାହ ପୁଣି ଓଡିଶା ଆସୁଛନ୍ତି । ୮ରେ ରାଜନାଥ ସିଂ ରାୟଗଡା ଗସ୍ତ କରିବେ ବୋଲି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ସିଂ ତୋମର୍ ସୂଚନା ଦେଇଛନ୍ତି ।

ଗତ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସୋନପୁରରେ ନିର୍ବାଚନ ବିଗୁଲ୍‌ ବଜାଇଥିଲେ। ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଥିଲେ। ରାମେଶ୍ବର ଷ୍ଟାଡିୟମ୍‌ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହ କହିଥିଲେ, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ ରହିଛି। ସବୁଠାରୁ ଅଧିକ ପାଣି ରହିଛି। ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ। ଓଡ଼ିଶାର ଜନତା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଉଛନ୍ତି। ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ। ଲୋକଙ୍କୁ ଏଠାରେ ରୋଜଗାର ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking