30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶବାଲି ଚୋରାଚାଲାଣ ଚଢାଉ ବେଳେ ଟ୍ରାକ୍ଟର ମଡାଇ ଏଏସ୍‌ଆଇଙ୍କୁ ହତ୍ୟା

ବାଲି ଚୋରାଚାଲାଣ ଚଢାଉ ବେଳେ ଟ୍ରାକ୍ଟର ମଡାଇ ଏଏସ୍‌ଆଇଙ୍କୁ ହତ୍ୟା

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଶେହଡୋଲ ଜିଲ୍ଲାରେ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଟ୍ରାକ୍ଟର ମଡାଇ ହତ୍ୟା। ବାଲି ଚୋରାଚାଲାଣ ସ୍ଥାନକୁ ଚଢାଉ ପାଇଁ ଯାଇଥିବା ସମୟରେ ତାଙ୍କ ଉପରେ ଟ୍ରାକ୍ଟର ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ପୁଲିସ କର୍ମଚାରୀ ହେଉଛନ୍ତି ଶେହଡୋଲ ଥାନା ଏଏସ୍‌ଆଇ ମହେନ୍ଦ୍ର ବାଗ୍ରି।
ସୂଚନା ଅନୁସାରେ, ଶେହଡୋଲ ଥାନାକୁ ସ୍ଥାନୀୟ ଅଞ୍ଚଳରେ ବେଆଇନ ବାଲି ଚାଲାଣ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଇଝଓ ମହେନ୍ଦ୍ର ବାଗ୍ରି ଏବଂ ଦୁଇ ଜଣ କନଷ୍ଟେବଳ ପ୍ରସାଦ କନୋଜି ଓ ସଞ୍ଜୟ ଦୁବେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ଏକାଧିକ ଟ୍ରକରେ ବାଲି ଚାଲାଣ ହେଉଥିବା ଦେଖି ଏହାକୁ ରୋକିବାକୁ ଉଦ୍ୟମ କରିଥିଲେ। ମହେନ୍ଦ୍ର ଗିରି ଏକ ଟ୍ରାକ୍ଟର ଆଗକୁ ଯାଇ ଗାଡିକୁ ରଖିବାକୁ କହିଥିଲେ, କିନ୍ତୁ ଡ୍ରାଇଭର ତାଙ୍କ ଉପରେ ଗାଡି ମଡାଇ ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର୍ ହୋଇ ଯାଇଛି। ପୁଲିସ ତାଙ୍କୁ ଧରାଇ ଦେବାକୁ ୩୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। କିଛି ଦିନ ପୂର୍ବରୁ ମଧ୍ୟ ଏପରି ସମାନ ଘଟଣା ଘଟିଥିଲା। ବେଆଇନ କାର‌୍ୟ୍ୟ ରୋକିବାକୁ ଯିବା ସମୟରେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ନିଶ୍ଚିତ ରୂପେ ଚିନ୍ତାର ବିଷୟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking