32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସାଧୁ ବେଶରେ ଭିକ ମାଗୁଥିଲେ ୬ ମୁସଲିମ୍ ଯୁବକ, ଲୋକେ ଧରି ପିଟିଲେ

ସାଧୁ ବେଶରେ ଭିକ ମାଗୁଥିଲେ ୬ ମୁସଲିମ୍ ଯୁବକ, ଲୋକେ ଧରି ପିଟିଲେ

ପାଟଣା: ଭାରତରେ ଭିକ୍ଷା ବୃତ୍ତି ଏକ ସାଧାରଣ କଥା । ଅନେକ ଠାକୁରଙ୍କୁ ଧରି ରାସ୍ତାଘାଟରେ ଟଙ୍କା ମାଗନ୍ତି । ବିହାରର ନୱାଦା ଜିଲ୍ଲାରେ ସାଧୁସନ୍ଥ ବେଶରେ ଭିକ୍ଷା ମାଗୁଥିବା ୬ ଜଣ ମୁସଲିମ୍ ଯୁବକ ଧରା ପଡ଼ିଛନ୍ତି । ସାଧୁ ବେଶରେ ଥିବା ୬ ମୁସଲମାନ୍ ଯୁବକଙ୍କୁ ଭଲ କରି ଛେଚିଛନ୍ତି ଲୋକେ ।
ଏ ମାମଲା ହେଉଛି ଅକବରପୁର ଥାନା ଅଞ୍ଚଳର । ତାତର ଗାଁରେ ସାଧୁ ବେଶରେ ମୁସଲିମ୍ ଯୁବର ଭିକ ମାଗୁଥିଲେ । ଲୋକଙ୍କ ସନ୍ଦେହ ହେବାରୁ ପଚରାଉଚରା କରିଥିଲେ । ଲୋକ ନିର୍ଧୁମ ପିଟିବା ସହ ହିନ୍ଦୁ ସଂଗଠନ ପୋଲିସକୁ ଖବର ଦେଇଥିଲା ।

ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । କୁହାଯାଉଛି, ଉକ୍ତ ଅଞ୍ଚଳରେ ଏଭଳି ଭାବେ ୨୫ରୁ ୩୦ ଜଣ ମୁସଲିମ୍ ଯୁବକ ସାଧୁ ବେଶରେ ଭିକ୍ଷା ବୃତ୍ତି କରୁଛନ୍ତି । ପୋଲିସ ସୂଚନା ଅନୁସାରେ, ଗିରଫ ୬ ଯୁବକଙ୍କ ଘରେ ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର । ଗିରଫ ଅଭିଯୁକ୍ତଙ୍କ ନାଁ କଲିମ ଅହମଦ, ରଶିଦ, ଅମଜଦ ଖାନ, ଅରମାନ ଅଲୀ, ସୁଭାନ ଓ ଏହସାନ ବୋଲି ଜଣା ପଡ଼ିଛି । ଏଭଳି ଭାବେ ସାଧୁ ବେଶରେ ବୁଲୁଥିବା ଅନ୍ୟ ମୁସଲମାନ ଯୁବକଙ୍କୁ ଧରିବାକୁ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking