29.4 C
Bhubaneswar
Saturday, May 4, 2024
Homeଓଡିଶା୨୮ରେ ଆସିବେ ରାହୁଲ ଗାନ୍ଧୀ

୨୮ରେ ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିବ କଂଗ୍ରେସ। ଏଥିରେ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସିବା ନେଇ ସୂଚନା ମିଳିଛି। ପ୍ରଚାର ପାଇଁ ଓଡ଼ିଶା ଆସିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ରାହୁଲ ଗାନ୍ଧୀ ୨ଥର ଓଡ଼ିଶା ଆସି ପ୍ରଚାର କରିବେ ବୋଲି ସୂଚନା ମିଳିଛି। କଟକର ସଲେପୁର ଏବଂ ରାୟଗଡାକୁ ଆସି ପ୍ରଚାର କରିପାରନ୍ତି ରାହୁଲ। ଆସନ୍ତା ଏପ୍ରିଲ ୨୮ ଓ ମେ ୩ରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ। ସେହିପରି ମେ ୬ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ମେ ୭ରେ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସିପାରନ୍ତି। କେନ୍ଦ୍ରୀୟ ନେତାଙ୍କ ଗସ୍ତ ନେଇ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking